Author: TRUPTIMAYEE SAHOO

ରାଜନୀତିର ଇତିହାସ ଯେତେ ପୁରୁଣା, କଳହ ଓ ଶକ୍ତି ସଂଘର୍ଷ ମଧ୍ୟ ସେତେ ପୁରୁଣା। ଦଳ, ନେତା, ଧାରଣା—ସବୁ କେବଳ ମାଧ୍ୟମ; ମୂଳ ଲଢ଼େଇ ଥାଏ ଶକ୍ତି, ନିୟନ୍ତ୍ରଣ ଓ ଭବିଷ୍ୟତ ଉପରେ। ଓଡ଼ିଶାର ପୂର୍ବତନ ଶାସକ ଦଳ ବିଜୁ ଜନତା ଦଳ (ବିଜେଡି) ଆଜି ସେହି ଅନିବାର୍ଯ୍ୟ ସଂଘର୍ଷର ଏକ ଜଟିଳ ଓ ଗଭୀର ଅଧ୍ୟାୟ ମଧ୍ୟରେ ପହଁଚିଛି। ବିଗତ ଦୁଇ ଦଶନ୍ଧି ଧରି ଯେଉଁ ଦଳ ଶକ୍ତି, ସଂଗଠନ ଓ ନିୟମିତ ଶାସନର ପ୍ରତୀକ ଥିଲା, ସେହି ଦଳ ଆଜି ଭିତରୁ ଭାଙ୍ଗୁଛି ଏବଂ ସେହି ଭାଙ୍ଗିବା ପ୍ରକ୍ରିୟାର ଦୋଷ କାହା ମୁଣ୍ଡରେ ଚଢ଼ିବ, ତାହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। ଇତିହାସରେ ଦୃଷ୍ଟି ଫେରାଇଲେ ଦେଖାଯାଏ, ୧୭ଶତାବ୍ଦୀରେ ଯୁକ୍ତରାଷ୍ଟ୍ର ଆମେରିକାରେ କୃଷ୍ଣକାୟ ଲୋକମାନେ ଦୀର୍ଘ ୬୫ ବର୍ଷ ଧରି କ୍ରୀତଦାସ ପ୍ରଥା ବିରୋଧରେ ସଂଘର୍ଷ କରିଥିଲେ। ସେ ସଂଘର୍ଷ କେବଳ ଶାରୀରିକ ଦାସତ୍ୱ ବିରୋଧରେ ନୁହେଁ,…

Read More