Author: TRUPTIMAYEE SAHOO

ବଲିଉଡ଼ ସଙ୍ଗୀତ ଜଗତରେ ଏକ ବଡ଼ ଓ ଅପ୍ରତ୍ୟାଶିତ ଖବର ସାମ୍ନାକୁ ଆସିଛି। ପ୍ରଖ୍ୟାତ ପ୍ଲେବ୍ୟାକ୍ ସିଙ୍ଗର ଅରିଜିତ ସିଂ ବଲିଉଡ଼ ଫିଲ୍ମ ପାଇଁ ଗୀତ ଗାଇବାକୁ ଆଉ ଆଗକୁ ଜାରି ରଖିବେନି ବୋଲି ଘୋଷଣା କରିଛନ୍ତି। ଏନେଇ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସ୍ପଷ୍ଟ କଥା ରଖିଛନ୍ତି, ଯାହା ପରେ ସାରା ଦେଶର ତାଙ୍କ ଲକ୍ଷଲକ୍ଷ ପ୍ରଶଂସକ ସ୍ତବ୍ଧ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଦିଆଯାଇଥିବା ଏକ ପୋଷ୍ଟରେ ଅରିଜିତ କହିଛନ୍ତି, “ମୁଁ ଏବେ କାମ କରି କରି ବୋର୍ ହୋଇଗଲିଣି। ଆଉ ଫିଲ୍ମ ପାଇଁ ଗୀତ ଗାଇବିନି।” ତାଙ୍କର ଏହି ଘୋଷଣା ବଲିଉଡ଼ ସଙ୍ଗୀତ ଶିଳ୍ପରେ ଏକ ଯୁଗର ଶେଷ ବୋଲି ଧରାଯାଉଛି। ତେବେ ଅରିଜିତ ସ୍ପଷ୍ଟ କରିଛନ୍ତି ଯେ ସେ ସଙ୍ଗୀତକୁ ସମ୍ପୂର୍ଣ୍ଣ ଭାବେ ଛାଡୁନାହାନ୍ତି। ସେ କହିଛନ୍ତି ଯେ ସେ ସଙ୍ଗୀତର ଜଣେ ବଡ଼ ପ୍ରଶଂସକ ଓ ନିଜ ମନର ଖୁସି ପାଇଁ ନୂଆ ପ୍ରକାରର…

Read More