Author: TRUPTIMAYEE SAHOO

ନୂଆଦିଲ୍ଲୀର ଶୀତଳ ସକାଳ କିମ୍ବା ଉତ୍ତପ୍ତ ଦି ପ୍ରହର—ସଂସଦ ଭବନର ମଝିରେ ଯେତେବେଳେ ଘଣ୍ଟି ବାଜେ, ସେଠାରେ ଗୃହକୁ ଶାସନ କରୁଥିବା ଏକ ଅଧିକାରୀ ରହନ୍ତି, ଯିଏ ଦଳରୁ ଉପରେ, ରାଜନୀତିରୁ ଉପରେ, ମତଭେଦରୁ ଉପରେ— ସେ ହେଉଛନ୍ତି ଲୋକସଭା ବାଚସ୍ପତି। ଏହି ପଦବୀକୁ ସଦାସର୍ବଦା ଗଣତନ୍ତ୍ରର ନିରପେକ୍ଷତା, ସାମ୍ବିଧାନିକ ସୌଜନ୍ୟ ଓ ସଂସଦୀୟ ଶୃଙ୍ଖଳାର ପ୍ରତୀକ ଭାବରେ ଦେଖାଯାଇଛି। କିନ୍ତୁ ସେତେବେଳେ ଏହି ପଦବୀକୁ ନେଇ ପ୍ରଶ୍ନ ଉଠେ? ଯେତେବେଳେ ବିରୋଧୀ ଦଳମାନେ ଅଭିଯୋଗ କରନ୍ତି ଯେ ବାଚସ୍ପତିଙ୍କ ନିଷ୍ପତ୍ତି ନିରପେକ୍ଷ ନୁହେଁ? ଯେତେବେଳେ ସଂସଦୀୟ ଅଚଳାବସ୍ଥା ତୀବ୍ର ହୁଏ ଓ ଗୃହର କାର୍ଯ୍ୟଚାଳନା ଉପରେ ଅସନ୍ତୋଷ ବଢ଼େ? ଏମିତି ପରିସ୍ଥିତିରେ ସମ୍ବିଧାନ ନିଜେ ଏକ ପଥ ଦେଖାଏ—ଲୋକସଭା ବାଚସ୍ପତିଙ୍କୁ ପଦରୁ ବହିଷ୍କାର କରିବା ପାଇଁ ଏକ ନିର୍ଦ୍ଧାରିତ ପ୍ରକ୍ରିୟା। ଏହା ସାଧାରଣ “ଅନାସ୍ଥା ପ୍ରସ୍ତାବ” ନୁହେଁ; ଏହା ଏକ ସାମ୍ବିଧାନିକ ପଦକ୍ଷେପ। ବର୍ତ୍ତମାନର ସଂସଦୀୟ ଅଚଳାବସ୍ଥା ମଧ୍ୟରେ…

Read More