Author: TRUPTIMAYEE SAHOO

ଭାରତୀୟ ସଂସଦ ଦେଶର ଗଣତନ୍ତ୍ରର ସର୍ବୋଚ୍ଚ ପ୍ରତୀକ । ଏଠି ଆଇନ ରଚନା ହୁଏ, ଜନମତର ପ୍ରତିଧ୍ୱନି ଶୁଣାଯାଏ, ଶାସନକୁ ମତଦାତାମାନଙ୍କ ନିକଟରେ ଉତ୍ତରଦାୟୀ କରାଯାଏ । କିନ୍ତୁ ଏହି ସଂସ୍ଥାର ମୂଳ ଗଠନର ଏକ ଅବିଭାଜ୍ୟ ଅଂଶ- ଲୋକସଭାର ଉପବାଚସ୍ପତି ପଦବୀ; ଯାହାକି ଦୀର୍ଘ ସମୟ ଧରି ଖାଲି ରହିଥିବା ପ୍ରସଙ୍ଗ ଏବେ ଗୁରୁତର ରାଜନୈତିକ ଓ ସାମ୍ବିଧାନିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଯାଇଛି । ସମାଲୋଚକମାନଙ୍କ ଦାବି ଅନୁସାରେ, ପ୍ରାୟ ସାତବର୍ଷ ଧରି ଏହି ପଦବୀ ଖାଲି ରହିଛି । ଏହା କେବଳ ପ୍ରକ୍ରିୟାଗତ ବିଳମ୍ବ କି ? ନା ଏହା ସଂସଦୀୟ ଗଣତନ୍ତ୍ରର ମୂଳ ଆତ୍ମାକୁ ଆଘାତ କରୁଥିବା ଏକ ଗୁପ୍ତ ସଙ୍କେତ ? ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆମକୁ ସମ୍ବିଧାନ, ପରମ୍ପରା, ରାଜନୈତିକ ଅଭ୍ୟାସ ଓ ବର୍ତ୍ତମାନ ପରିସ୍ଥିତିକୁ ଏକାସାଥିରେ ଭାବିବାକୁ ପଡ଼ିବ । ସାମ୍ବିଧାନିକ ଆବଶ୍ୟକତା: ଧାରା ୯୩ର ଅର୍ଥ…

Read More