Author: TRUPTIMAYEE SAHOO

ଜେଲରେ ଅବସ୍ଥାନ କରୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା ବଢ଼ିବା ପରେ ବିଶ୍ୱର ୧୪ ଜଣ ପୂର୍ବତନ କ୍ରିକେଟ୍ ଅଧିନାୟକ ଏକାଠି ହୋଇ ପାକିସ୍ତାନ ସରକାରଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଇମ୍ରାନଙ୍କୁ ନିରପେକ୍ଷ ଓ ମାନବିକ ବ୍ୟବହାର କରିବା ସହ ତାଙ୍କ ସ୍ୱାସ୍ଥ୍ୟ ସୁବିଧା ସୁନିଶ୍ଚିତ କରିବାକୁ ଅପିଲ କରାଯାଇଛି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଇମ୍ରାନ ଖାନ ଜଣେ ବିଶ୍ୱସ୍ତରୀୟ ଖେଳାଳି ଓ ତାଙ୍କ ଅଧିନାୟକତ୍ୱରେ ପାକିସ୍ତାନ ୧୯୯୨ ମସିହାରେ କ୍ରିକେଟ୍ ବିଶ୍ୱକପ୍ ଜିତିଥିଲା। ତେଣୁ ତାଙ୍କୁ ଯଥୋଚିତ ସମ୍ମାନ ଓ ଉଚିତ ଚିକିତ୍ସା ସୁବିଧା ଦେବା ଆବଶ୍ୟକ ବୋଲି ପୂର୍ବତନ ଅଧିନାୟକମାନେ ମତ ପ୍ରକାଶ କରିଛନ୍ତି। ତାଙ୍କ ପସନ୍ଦର ଡାକ୍ତରଙ୍କୁ ଚିକିତ୍ସା ପାଇଁ ନିଯୁକ୍ତ କରିବାକୁ ମଧ୍ୟ ଦାବି ହୋଇଛି। ଏହି ଚିଠିରେ ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଓ କପିଳ ଦେବଙ୍କ ସହ ଅଷ୍ଟ୍ରେଲିଆର ଗ୍ରେଗ୍ ଚାପେଲ୍, ଷ୍ଟିଭ୍ ୱା…

Read More