Author: TRUPTIMAYEE SAHOO

ଭୁବନେଶ୍ୱରରେ ଏଲପିଜି ବଣ୍ଟନ କେନ୍ଦ୍ର ବାହାରେ ଡେଲିଭରି ବିଳମ୍ବ ହେବାରୁ ବଢ଼ିଲା ଧାଡ଼ିର ଲମ୍ବ | ଡେଲିଭରି ବିଳମ୍ବ ହେବାରୁ ବାସିନ୍ଦାମାନେ ଗ୍ୟାସ ସିଲିଣ୍ଡର ସଂଗ୍ରହ କରିବାକୁ ପହଂଚିଥିଲେ | ଧୀରେ ଧୀରେ ବଢିଥିଲା ଭିଡ ଏବଂ ଏକାଠି ହୋଇଥିଲେ ଲୋକ | ଅନେକ ଗ୍ରାହକ ଦାବି କରିଥିଲେ ଯେ ସେମାନେ ରିଫିଲ୍ ବୁକ୍ କରିବା ସତ୍ତ୍ୱେବି ସପ୍ତାହ ଧରି ଅପେକ୍ଷା କରିଥିଲେ। ଖଣ୍ଡଗିରିର ଲିଙ୍ଗରାଜ ଏଚ୍ପି ଗ୍ୟାସ ଷ୍ଟେସନ ବାହାରେ ସୋମବାର ରାତିରୁ ଲାଗିଛି ଗ୍ରାହକଙ୍କ ଲାଇନ | ଅନେକ ଲୋକ ସେମାନଙ୍କର ଗ୍ୟାସ ପାସବୁକ୍ ଧରି ସିଲିଣ୍ଡର ପାଇବା ପାଇଁ ଅପେକ୍ଷା କରିଥିବା ଦେଖାଯାଇଥିଲା। ଡେଲିଭରି ପାଇଁ ଲମ୍ବା ଅପେକ୍ଷା ଅନେକ ହିତାଧିକାରୀଙ୍କ ଅନୁଯାୟୀ, ସେମାନେ ପ୍ରାୟ ୨୦-୨୫ଦିନ ପୂର୍ବରୁ ଏଲପିଜି ସିଲିଣ୍ଡର ବୁକ୍ କରିଥିଲେ କିନ୍ତୁ ଏପର୍ଯ୍ୟନ୍ତ ଡେଲିଭରି ପାଇ ନଥିଲେ । ସେମାନେ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ ହୋମ୍ ଡେଲିଭରି ସେବା ସବୁ…

Read More