Author: Site Admin

 ୟୁଏଇରେ ସମସ୍ତ ମ୍ୟାଚ୍‍ ଖେଳିବ ଭାରତ ଆସନ୍ତା ବର୍ଷ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫିର କ୍ରୀଡାସୂଚୀକୁ ହାଇବ୍ରିଡ ମେଡଲରେ ପ୍ରସ୍ତୁତ କରିବା ପାଇଁ ଆୟୋଜକ ପାକିସ୍ତାନ ବାଧ୍ୟ ହୋଇଛି। ଫଳରେ ଭାରତର ସମସ୍ତ ମ୍ୟାଚ୍‍କୁ ୟୁଏଇକୁ ସ୍ଥାନାନ୍ତରିତ କରାଯିବ। କାରଣ ଭାରତୀୟ ଦଳ ପାକିସ୍ତାନ ଯାତ୍ରା କରିବାର ସମ୍ଭାବନା ନାହିଁ। ଆସନ୍ତା ବର୍ଷ ଫେବ୍ରୁଆରୀ ମାସ ୧୯ତାରିଖରୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବ। ଇତି ମଧ୍ୟରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ସମସ୍ତ ପ୍ରସ୍ତୁତି ଶେଷ କରିଛି। କ୍ରୀଡାସୂଚୀ ମଧ୍ୟ ପ୍ରସ୍ତୁତ ହୋଇ ସାରିଛି। ହେଲେ ଉଭୟ ଦେଶ ମଧ୍ୟରେ ଲାଗି ରହିଥିବା ରାଜେନୈତିକ ଅସ୍ଥିରତାକୁ ନେଇ ଭାରତ ସରକାର ଜାତୀୟ କ୍ରିକେଟ ଦଳକୁ ପାକିସ୍ତାନ ଯାତ୍ରା କରିବା ପାଇଁ ଅନୁମତି ଦେବେ ନାହିଁ। କ୍ରୀଡାସୂଚୀ ଅନୁଯାୟୀ ଭାରତର ସମସ୍ତ ମ୍ୟାଚ୍‍ ଲାହୋର ଠାରେ ଖେଳାଯାଇଥାନ୍ତା। ମାତ୍ର ପାକିସ୍ତାନ ଯାତ୍ରା କରିବା ନେଇ ବିସିସିଆଇ ଚୁପ୍‍ ରହିଛି। ଫଳରେ ବାଧ୍ୟ ହୋଇ…

Read More