Author: Site Admin

ରାଜ୍ୟରେ ହୋମ୍‌ଗାର୍ଡଙ୍କ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ଶନିବାର ମୋହନ ସରକାର ପ୍ରତ୍ୟାହୃତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି ରହିତାଦେଶ ପ୍ରତ୍ୟାହୃତ ହୋଇଛି। ଏହାଦ୍ୱାରା ରାଜ୍ୟରେ ଖାଲିଥିବା ହୋମ୍‌ଗାର୍ଡ ପଦବୀ ଖୁବ୍‌ଶୀଘ୍ର ପୂରଣ ହୋଇପାରିବ। ସୂଚନାଯୋଗ୍ୟ, ରାଜ୍ୟରେ ସମୁଦାୟ ହୋମ୍‍ଗାର୍ଡ ପଦବୀ ସଂଖ୍ୟା ୧୭,୬୭୫ ଥିବାବେଳେ ୧୫,୩୦୬ ଜଣ ହୋମ୍‍ଗାର୍ଡ କାର୍ଯ୍ୟରତ ଅଛନ୍ତି। ୨୩୬୯ଟି ପଦବୀ ଖାଲି ଅଛି। ଏହି ନିଷ୍ପତ୍ତି ଦ୍ୱାରା ଖାଲି ଥିବା ପଦବୀଗୁଡ଼ିକ ଆବଶ୍ୟକତା ଅନୁଯାୟୀ ପୂରଣ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।  Previous article:https://purvapaksa.com/padma-winners-will-get-rs-30-000-per-month-form-odisha-govt/

Read More