Author: Ayesha Debnath

Stammering Home Remedies: କଥା ହେବା ସମୟରେ ରହି ରହି କହିବାକୁ ଖନେଇବା କୁହାଯାଏ । ସାଧାରଣତଃ ଖୁବ କମ୍ ଲୋକଙ୍କ ମଧ୍ୟରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ। ଏହି ପରି ସମସ୍ୟା ରହିଥିଲେ ସାଧାରଣତଃ ଲୋକମାନେ ଅଧିକ ସମୟରେ ଲୋକହସାର ସମ୍ମୁଖୀନ ହୋଇଥାନ୍ତି । ଯାହାଦ୍ୱାରା ସେମମାନେ ଆତ୍ମବିଶ୍ୱାସ ହରେଇ ଥାନ୍ତି । ତେବେ ଏହି ସମସ୍ୟା ବାଲ୍ୟକାଳରୁ ହିଁ ଦେଖାଦେଇଥାଏ । ପିଲାବେଳେ ଏହାକୁ କେହି ଗମ୍ଭୀରତାର ସହ ନେଇନଥିଲେ ବି ପରିଣତ ବୟସରେ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଯାଏ । ଅଧିକ ସମୟ ପର୍ଯ୍ୟନ୍ତ ଖନେଇବା ଭଳି ଅସୁବିଧା ରହିବା ସାମାଜିକ,ଭାବନାତ୍ମକ ଏବଂ ମନୋବୈଜ୍ଞାନିକ ଅସୁବିଧାର କାରଣ ପାଲଟିଥାଏ । ବ୍ୟକ୍ତି କିଛି କହିବା ପାଇଁ ଚାହୁଁଥିଲେ ବି ବାରମ୍ବାର ଏହି ଗମ୍ଭୀର ଅସୁବିଧା କାରଣରୁ ଅଟକି ଅଟକି ଗୋଟିଏ କଥାକୁ ବାରମ୍ବାର କହିଥାଏ । ଏଭଳି ବ୍ୟକ୍ତିତ୍ୱ ଥିବା ଲୋକ କେବଳ କହିବାରେ ଅସୁବିଧା ହୋଇଥାଏ…

Read More