Author: Ayesha Debnath

Mobile Phone: ମନୋରଞ୍ଜନର ଅନେକ ଉତ୍ସ ଅଛି କିନ୍ତୁ ବର୍ତ୍ତମାନ ଆମର ଦୃଷ୍ଟିଭଙ୍ଗୀ ବଦଳିଛି । ମୋବାଇଲ ଆସିଲା ପରେ ମନୋରଞ୍ଜନର ସଂଜ୍ଞା ମଧ୍ୟ ବଦଳିଯାଇଛି । ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତି ନିଜେ ଏକ କ୍ଷୁଦ୍ର ଚଳଚ୍ଚିତ୍ର କିମ୍ବା ଭିଡିଓ ତିଆରି କରି ଏହାକୁ ସୋସିଆଲ ମିଡିଆରେ ସେୟାର କରିପାରିବ ଏବଂ ତତକ୍ଷଣାତ୍ ଲାଇକ ଓ କମେଣ୍ଟ ପାଇପାରିବ । ଆଗରୁ ବହି, ଟିଭି, ରେଡିଓ କି ସେହିଭଳି କିଛି ଆମ ପାଇଁ ମନୋରଞ୍ଜନର ମାଧ୍ୟମ ଥିଲା କିନ୍ତୁ ଆଜି ସେଥିରେ ଦେଉଥିବା ସବୁ ବିଷୟ ଏବଂ ତାଠୁ ଆହୁରି ଅଧିକ ମୋବାଇଲରେ ଉପଲବ୍ଧ ତେଣୁ ଖାଲି ଯୁବପିଢି ନୁହେଁ ପ୍ରାୟ ସବୁ ବୟସବର୍ଗରେ ମୋବାଇଲର ଆଦର ବଢି ଯାଇଛି । ଯେପରି ଗୃହିଣୀଟିଏ ତାର ପ୍ରିୟ ଧାରାବାହିକ ଦେଖିବାପାଇଁ ରୋଷେଇ ବନ୍ଦ କରି ଡ୍ରଇଂ ରୁମକୁ ଯିବାକୁ ପଡୁନାହିଁ । ରୋଷେଇ କରିବା ସହ ସେ ଧାରାବାହିକର ଆନନ୍ଦ ବି…

Read More