Author: Ayesha Debnath

Saif Ali Khan Attack: ଜାନୁଆରୀ ୧୫ ତାରିଖ ବିଳମ୍ବିତ ରାତିରେ, ଚୋରି କରିବା ଉଦ୍ୟମରେ ଘରେ ପଶି ଜଣେ ଅଜଣା ବ୍ୟକ୍ତି ସୈଫଙ୍କୁ ଆକ୍ରମଣ କରିଥିଲେ ଏବଂ ସେହି ଛୁରୀରେ ତାଙ୍କୁ ୬ ଥର ଆକ୍ରମଣ କରିଥିଲେ । ଏହି ଘଟଣା ପରେ ପୋଲିସ ଉକ୍ତ ସନ୍ଦିଗ୍ଧଙ୍କୁ ଖୋଜିବା ପାଇଁ ଅନେକ ପ୍ରୟାସ ଜାରି ରଖିଥିଲା । ଏହି ଆକ୍ରମଣ ପରେ ମୁମ୍ବାଇ ପୁଲିସ ବାନ୍ଦ୍ରା ପୁଲିସ ଷ୍ଟେସନରେ ଏତଲା ରୁଜୁ କରିବା ସହ ସନ୍ଦିଗ୍ଧଙ୍କୁ ଖୋଜିବା ପାଇଁ ୨୦ଟି ଟିମ୍ ଗଠନ କରିଛି। ଘଟଣାସ୍ଥଳରୁ ଫେରାର ହେବା ପରେ ଅଭିଯୁକ୍ତ ଜଣକ ବସାଇ ବିରାର ଅଭିମୁଖେ ଯାଉଥିବା ଏକ ଲୋକାଲ ଟ୍ରେନରେ ଚଢ଼ିଥିବା ତଦନ୍ତକାରୀମାନେ ସନ୍ଦେହ କରିଥିଲେ। ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଏକାଧିକ ପୁଲିସ ଟିମ୍ ମୁତୟନ କରାଯିବା ସହ ବ୍ୟାପକ ଖୋଜାଖୋଜି ଆରମ୍ଭ ହୋଇଥିଲା। ସନ୍ଦିଗ୍ଧଙ୍କୁ ଅଧିକ ପଚରାଉଚରା ପାଇଁ ବାନ୍ଦ୍ରା ପୋଲିସ ଷ୍ଟେସନକୁ…

Read More