Author: Ayesha Debnath

America: ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱାରା ଯେଉଁଭଳି ଭାବେ ଭାରତୀୟଙ୍କୁ ପ୍ରତ୍ୟର୍ପଣ କରାଯାଉଛି ତାହାକୁ ନେଇ ଉଦ୍ୟେଗ ପ୍ରକାଶ କରିଛନ୍ତି ବିରୋଧି ଦଳ । ଲୋକସଭାର ପ୍ରଶ୍ନୋତ୍ତର କାଳରେ ଏହାକୁ ନେଇ ସେମାନେ ଗୃହର ଧ୍ୟାନ ଆକର୍ଷଣ କରିଛନ୍ତି। ପ୍ରଶ୍ନୋତ୍ତର କାଳ ବନ୍ଦକରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀଙ୍କ ଦାବିକୁ ବାଚସ୍ପତି ସ୍ୱୀକାର ନ କରିବାରୁ ଆଜି ହଟ୍ଟଗୋଳ ଦେଖିବାକୁ ମିଳିଛି । ଏହାଦ୍ୱାରା ଗୃହକାର୍ଯ୍ୟ ବାତିଲ ହେବାରୁ ବାଚସ୍ପତି ଗୋଟି ପ୍ରଶ୍ନ ପରେ ଗୃହକୁ ମୁଲତବୀ କରିଛନ୍ତି। ଆଜି ସକାଳ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ କଂଗ୍ରେସ ଦଳର ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସିଥିଲେ. ନାରାବାଜି ସହ ସେମାନେ ଏହାକୁ ନେଇ ସରକାରଙ୍କ ସ୍ପଷ୍ଟୀକରଣ ଚାହିଁଥିଲେ। ବାଚସ୍ପତି ଏହି ବିଷୟରେ ଶୁନ୍ୟକାଳର ଆଲୋଚନ ଲାଗି ଅନୁରୋଧ କରିଥିଲେ। ପୁଣି ଏହା ବୈଦେଶିକ ମାମଲା ହୋଇଥିବାରୁ ଏ ବିଷୟରେ ସରକାର ଉଚିତ ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ ।…

Read More