Author: Ayesha Debnath

Donkey Route: ଆମେରିକାରେ ଅବୈଧ ପ୍ରବେଶ ଓ ବସବାସ ଅଭିଯୋଗରେ ଟ୍ରମ୍ପ ପ୍ରଶାସନର କଠୋର ଆଭିମୁଖ୍ୟ ଏତେ ବିବାଦୀୟ ଓ ବିତର୍କିତ ହୋଇ ନଥା’ନ୍ତା ଯଦି ୧୦୪ ଭାରତୀୟଙ୍କୁ ହାତକଡ଼ି ଓ ଗୋଡ଼ବେଡ଼ି ପିନ୍ଧାଇ ସାମରିକ ବିମାନରେ ଭାରତ ପଠାଯାଇ ନଥା’ନ୍ତା। ଯେଉଁ ଭାରତର ମେଧା ଓ ପ୍ରତିଭା ବିଶ୍ୱକୁ, ବିଶେଷକରି ଆମେରିକାର ସଫ୍ଟପାୱାର ଓ ସଫ୍ଟୱେର ଟେକନୋଲଜିର ପରାକାଷ୍ଠାକୁ ନଭଶ୍ଚୁମ୍ବୀ କରିଛି, ସେହି ଦେଶର ନାଗରିକଙ୍କୁ ହାତକଡ଼ି ପିନ୍ଧାଇ ଅପରାଧୀ ଭାବେ ଚିତ୍ରିତ କରି ସାମରିକ ବିମାନରେ ବିତାଡ଼ିତ କରିବା ଭାରତ ପ୍ରତି ଅପମାନସୂଚକ ନିଶ୍ଚୟ। ଘଟଣାର ସ୍ପର୍ଶକାତରତା ଦୃଷ୍ଟିରୁ ବାଧ୍ୟ ହୋଇ ବୈଦେଶିକ ମନ୍ତ୍ରୀ ସଂସଦରେ ବିବୃତି ରଖିଛନ୍ତି। ଆମେରିକାର ତଥାକଥିତ ୧୦୪ ପ୍ରବାସୀ ଭାରତୀୟଙ୍କୁ ନେଇ ଆମେରିକା ସି-୧୭ ସାମରିକ ବିମାନ ପଞ୍ଜାବର ଅମୃତସରରେ ପହଞ୍ଚିବା ପରେ ଦୁଇଟି ପ୍ରସଙ୍ଗ ଉତ୍‌‌ଥାପିତ ହୋଇଛି। ପ୍ରଥମତଃ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବନ୍ଧୁ ଭାବେ ଅଭିହିତ ଆମେରିକା ରାଷ୍ଟ୍ରପତି…

Read More