Author: Ayesha Debnath
India Got Latent Controversy: ରଣବୀର ଅଲ୍ଲାହବାଦିଆଙ୍କ ସହ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଅପୂର୍ବା ମଖିଜା, ହାସ୍ୟ ଅଭିନେତା ସମୟ ରାଇନା ଏବଂ ଇଣ୍ଡିଆଜ ଗଟ୍ ଲ୍ୟାଟେଣ୍ଟର ଆୟୋଜକଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଚେତାବନୀ ଦେଇଛନ୍ତି ଯେ, ଶାଳୀନତାର ସୀମା ଅତିକ୍ରମ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଭିବ୍ୟକ୍ତିର ସ୍ୱାଧୀନତାକୁ ହାଲୁକା ଭାବେ ନିଆଯାଇ ପାରିବ ନାହିଁ। ହାସ୍ୟ ଅଭିନେତା ସମୟ ରାଇନାଙ୍କ ହିଟ୍ ଷ୍ଟାଣ୍ଡଅପ୍ କମେଡି ଶୋ’ ‘ଇଣ୍ଡିଆଜ୍ ଗଟ୍ ଲ୍ୟାଟେଣ୍ଟ’ ସମୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନେଇ ୟୁଟ୍ୟୁବର ରଣବୀର ଆଲ୍ଲାବାଦିଆଙ୍କ ବିରୋଧରେ ଅଭିଯୋଗ ହୋଇଛି। ଆଡଭୋକେଟ ଆଶିଷ ରାୟ ଏବଂ ଅନ୍ୟମାନେ ଶୋ’ରେ ଅଶ୍ଳୀଳ ଭାଷା ବ୍ୟବହାର କରିଥିବା ନେଇ ମୁମ୍ବାଇ ପୋଲିସ କମିଶନର ଏବଂ ମହାରାଷ୍ଟ୍ର ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆଲ୍ଲାବାଡିଆ, ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଅପୂର୍ବା…
