Author: Ayesha Debnath

Delhi: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ, ଆମ ଆଦମୀ ପାର୍ଟି (ଆପ) ବିଷୟରେ ଅନେକ କଳ୍ପନାଜଳ୍ପନା କରାଯାଉଛି। ଭାରତୀୟ ଜନତା ପାର୍ଟି (ବିଜେପି) ୨୭ ବର୍ଷ ପରେ ଦିଲ୍ଲୀରେ ୪୮ଟି ଆସନ ଜିତି କ୍ଷମତାକୁ ଫେରିଛି, ଯେତେବେଳେ କି ଆମ ଆଦମୀ ପାର୍ଟିକୁ କେବଳ ୨୨ ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ମନ୍ତ୍ରୀ ସୌରଭ ଭରଦ୍ୱାଜ ଏବଂ ସୋମନାଥ ଭାରତୀଙ୍କ ଭଳି ଆମ ଆଦମୀ ପାର୍ଟିର ବରିଷ୍ଠ ନେତାମାନେ ନିର୍ବାଚନୀ ମଇଦାନରେ ମାଟି କାମୁଡ଼ିଛନ୍ତି । ରାଜନୈତିକ ବିଶ୍ଲେଷକଙ୍କ କହିବା ହେଉଛି, ଏହି ପରାଜୟ ପରେ ଦଳର ଆଭ୍ୟନ୍ତରୀଣ ମତଭେଦ ଆହୁରି ଗଭୀର ହେବ। ଅର୍ଥାତ୍, ଆମ ଆଦମୀ ପାର୍ଟି ଯେଉଁ ଭାଗ୍ୟ ଆଡ଼କୁ ଯାଉଛି, ତାହା ୪୦ ବର୍ଷ ପୂର୍ବେ ଆସାମରେ ଗଠିତ ଆସାମ ଗଣ ପରିଷଦ (AGP)ର ରାଜନୈତିକ ବନବାସର କଥାକୁ ମନେ…

Read More