Author: Ayesha Debnath

Corruption: ୨୦୨୪ ପାଇଁ ଭ୍ରଷ୍ଟାଚାର ଧାରଣା ସୂଚକାଙ୍କ (ସିପିଆଇ)ରେ ୧୮୦ଟି ଦେଶ ମଧ୍ୟରୁ ଭାରତ ୯୬ତମ ସ୍ଥାନରେ ଥିବା ବେଳେ ଏହାର ମୋଟ ସ୍କୋର ଗୋଟିଏ ପଏଣ୍ଟ ହ୍ରାସ ପାଇ ୩୮ରେ ପହଞ୍ଚିଛି ବୋଲି ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ୍ ପକ୍ଷରୁ ମଙ୍ଗଳବାର ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ବିଶେଷଜ୍ଞ ଏବଂ ବ୍ୟବସାୟୀଙ୍କ ମତରେ ସରକାରୀ କ୍ଷେତ୍ରର ଦୁର୍ନୀତିର ଅନୁମାନିତ ସ୍ତର ଅନୁଯାୟୀ ୧୮୦ଟି ଦେଶ ଏବଂ ଅଞ୍ଚଳକୁ ତାଲିକାଭୁକ୍ତ କରିଥିବା ଏହି ସୂଚକାଙ୍କରେ ଶୂନରୁ ୧୦୦ ପର୍ଯ୍ୟନ୍ତ ସ୍କେଲ୍ ବ୍ୟବହାର କରାଯାଇଛି, ଯେଉଁଠାରେ ‘ଶୂନ୍ୟ’ ଅତ୍ୟଧିକ ଦୁର୍ନୀତିଗ୍ରସ୍ତ ଏବଂ ‘୧୦୦’ ଅତ୍ୟନ୍ତ ସ୍ୱଚ୍ଛ। ୨୦୨୪ରେ ଭାରତର ମୋଟ ସ୍କୋର ୩୮ ଥିବା ବେଳେ ୨୦୨୩ରେ ଏହା ୩୯ ଓ ୨୦୨୨ରେ ୪୦ ଥିଲା। ୨୦୨୩ରେ ଭାରତର ସ୍ଥାନ ଥିଲା ୯୩। ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ ପାକିସ୍ତାନ (୧୩୫) ଓ ଶ୍ରୀଲଙ୍କା (୧୨୧) ନିଜ ନିଜ ନିମ୍ନ ମାନ୍ୟତା ସହ ମୁହାଁମୁହିଁ ହୋଇଥିବା…

Read More