Author: Ayesha Debnath

Odisha: ରାଜ୍ୟରେ ଥିବା ସମସ୍ତ ରାଜ୍ୟ ରାଜପଥଗୁଡ଼ିକୁ ୪ ଲେନ୍‌ ବିଶିଷ୍ଟ କରାଯିବ। ଏହା ସହିତ ନୂଆ କରି ୩ ହଜାର କିଲୋମିଟର ରାସ୍ତା ନିର୍ମାଣ ହେବ। ଏଥିପାଇଁ ୬ ହଜାର ୫୦୨ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନ ସମୟରେ ସୂଚନା ଦେଇଛନ୍ତି। ସେହିପରି ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନଏଚଏଆଇ) ଭଳି ଓଡ଼ିଶା ରାଜ୍ୟ ପ୍ରାଧିକରଣ ସଡ଼କ ସଂସ୍ଥା ଗଠନ କରାଯିବ। ଗ୍ରାମୀଣ ପରିବହନ ବ୍ୟବସ୍ଥା ଲାଗି ମୁଖ୍ୟମନ୍ତ୍ରୀ ପରିବହନ ଯୋଜନା କାର୍ଯ୍ୟକାରୀ ହେବ। ଏହି ଯୋଜନା ପାଇଁ ୧ ହଜାର ୮୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ALSO READ: https://purvapaksa.com/crime-is-on-the-rise-in-odisha/ https://purvapaksa.com/crime-is-on-the-rise-in-odisha/

Read More