Author: Ayesha Debnath

Mamata Banerjee: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିବାଦୀୟ ବୟାନ ଦେଇଛନ୍ତି । ଯୋଗୀ ଅଦିତ୍ୟନାଥଙ୍କ ସରକାରକୁ ଟାର୍ଗେଟ କରି ସେ ବିଧାନସଭାରେ ମହାକୁମ୍ଭକୁ ‘ମୃତ୍ୟୁ କୁମ୍ଭ’ ବୋଲି କହିଛନ୍ତି। ଏହାସହ ଭିଭିଆଇପିଙ୍କୁ ସୁବିଧା ଯୋଗାଇଦିଆ ଯାଉଥିବା ବେଳେ ସାଧାରଣ ଜନତାଙ୍କୁ ସେଠାରେ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡୁଛି ବୋଲି ସେ ବିଧାନସଭାରେ କହିଛନ୍ତି । ପ୍ରୟାଗରାଜ ପରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଘଟଣା ସମ୍ପର୍କରେ ଉଲ୍ଲେଖ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିନ କେନ୍ଦ୍ର ଓ ଉତ୍ତର ବେଙ୍ଗଲ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ରାଜ୍ୟସଭାରେ କହିଛନ୍ତି ଯେ, ମହାକୁମ୍ଭ ଏବେ ‘ମୃତ୍ୟୁ କୁମ୍ଭ’ରେ ପରିଣତ ହୋଇଛି। ଏହାକୁ ନେଇ ମମତା କହିଛନ୍ତି ଯେ, ମୁଁ ମହାକୁମ୍ଭର ସମ୍ମାନ କରେ କିନ୍ତୁ ସେଠାରେ ଘଟିଥିବା ଘଟଣା ଯନ୍ତ୍ରଣାଦାୟକ ଅଟେ। ସୂଚନାଯୋଗ୍ୟ ଯେ, ପୂର୍ବତନ ରେଳମନ୍ତ୍ରୀ ତଥା ଆରଜେଡି…

Read More