Author: Ayesha Debnath

Mission Shakti: ମିଶନଶକ୍ତି ପ୍ରସଙ୍ଗକୁ କେନ୍ଦ୍ରକରି ଆଜି ବିଧାନସଭାରେ ଗୃହ ଚାଲିପାରି ନାହିଁ। ପ୍ରଶ୍ନୋତ୍ତର କାଳକୁ ବି ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଗୃହ ଆରମ୍ଭ ହେବା କ୍ଷଣି ବାଚସ୍ପତି ଗୃହକୁ ଅପରାହ୍ଣ ୩ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି। ଗୃହ ଆରମ୍ଭରୁ ବିରୋଧୀ ବିଜେଡି ବିଧାୟକମାନେ ମିଶନ ଶକ୍ତି ପ୍ରସଙ୍ଗକୁ ନେଇ ଗୃହର ମଧ୍ୟଭାଗକୁ ଆସିଥିଲେ। ଏହି ଅନୁଷ୍ଠାନକୁ ଗୈରୀକରଣ କରାଯାଉଛି ବୋଲି ଅଭିଯୋଗ କରିଥିଲେ। ନୂଆ ନିର୍ବାହୀ କମିଟି ଗଠନକୁ ବିରୋଧ କରିଥିଲେ। ଅପରପକ୍ଷେ ଶାସକ ଦଳର ବିଧାୟକମାନେ ଏହାକୁ ବିରୋଧ କରିଥିଲେ। ଫଳରେ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଗୃହକୁ ଶୃଙ୍ଖଳା ଭିତରକୁ ଆଣିବା ଲାଗି ବାଚସ୍ପତି ଅନୁରୋଧ କରିଥିଲେ। ହେଲେ ଗୃହ ଅନିୟନ୍ତ୍ରିତ ହେବାରୁ ବାଚସ୍ପତି ଅପରାହ୍ଣ ତିନିଟା ଯାଏ ଗୃହକୁ ମୁଲତବୀ କରିଛନ୍ତି।ପରେ ବିଜେଡିର ବିଧାୟକମାନେ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ। ଏହି…

Read More