Author: Ayesha Debnath

Mahakumbha: ମହାଶିବରାତ୍ରୀ ଅବସରରେ ସଙ୍ଗମରେ ବୁଡ଼ ପକାଇବାକୁ ଆସୁଥିବା କୋଟି କୋଟି ଭକ୍ତଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଚିକିତ୍ସା ସୁବିଧାକୁ ଆହୁରି ସୃଦୁଢ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ପ୍ରୟାଗରାଜର ସ୍ୱରୂପ ରାନୀ ନେହେରୁ (SRN) ହସ୍ପିଟାଲରେ ଜରୁରୀକାଳୀନ ଚିକିତ୍ସା ସେବାକୁ ଆହୁରି ସୃଦୁଢ କରାଯାଇଛି । ଡାକ୍ତରଖାନାରେ ଆଇସିୟୁ ବେଡ଼ ସଂଖ୍ୟା ୧୪୭କୁ ବୃଦ୍ଧି କରାଯାଇଛି, ଯାହା ଦ୍ୱାରା ଭକ୍ତମାନେ କୌଣସି ଜରୁରୀକାଳୀନ ପରିସ୍ଥିତିରେ ସର୍ବୋତ୍ତମ ଚିକିତ୍ସା ପାଇପାରିବେ। ମହାକୁମ୍ଭ ହେଉଛି ବିଶ୍ୱର ସର୍ବବୃହତ ଧାର୍ମିକ କାର୍ଯ୍ୟକ୍ରମ, ଯାହା ପ୍ରତ୍ୟେକ ଥର ଲକ୍ଷ ଲକ୍ଷ ଭକ୍ତଙ୍କୁ ଆକର୍ଷିତ କରିଥାଏ। ଟ୍ରମା କେୟାର ଏବଂ ଭେଣ୍ଟିଲେଟର ସୁବିଧା ୨୪x୭ ଉପଲବ୍ଧ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମୋତିଲାଲ ନେହେରୁ ମେଡିକାଲ କଲେଜର ମିଡିଆ ଦାୟିତ୍ୱରେ ଥିବା ଡକ୍ଟର ସାନ୍ତୋଶ ସିଂ କହିଛନ୍ତି ଯେ ୨୦୧୭ ମସିହାରେ SRN ହସ୍ପିଟାଲରେ କେବଳ ୫୨ଟି ଆଇସିୟୁ ବେଡ୍…

Read More