Author: Ayesha Debnath

Delhi: ଆମେରିକାର ବଢ଼ୁଥିବା କଟକଣାକୁ ଯବାବ ଦେବାକୁ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ବାଣିଜ୍ୟ ଓ ରଣନୀତିକ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହାଫଳରେ ୟୁରୋପ ଓ ଭାରତ ମଧ୍ୟରେ ପ୍ରତିରକ୍ଷାଠାରୁ ଆରମ୍ଭ କରି ସେମି କଣ୍ଡକ୍ଟର ଉତ୍ପାଦନ ଓ ବ୍ୟବସାୟ ଅଧିକ କ୍ରିୟାଶୀଳ ହୋଇପାରିବ। ଆଜି ପ୍ରଥମଥର ପାଇଁ ୟୁରୋପୀୟ ୟୁନିୟନ ଅଧ୍ୟକ୍ଷଙ୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଗକୁ ଦୁଇ ପକ୍ଷ ଭିତରେ ସମ୍ପର୍କ ଅଧିକ ନିବିଡ଼ ହେବ ବୋଲି ଆଶା କରିଛନ୍ତି। ପ୍ରଥମଥର ପାଇଁ ୟୁରୋପୀୟ କମିଶନଙ୍କ ଏକ ୨୭ ଜଣିଆ ଉଚ୍ଚ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ପ୍ରାୟ ୨୦ଟି ମନ୍ତ୍ରୀସ୍ତରୀୟ ବୈଠକରେ ଉଭୟ ପ୍ରତିନିଧି ଦଳ ଏକାଠି ହୋଇଥିଲେ। ଏହି ଗସ୍ତ ସମ୍ବନ୍ଧରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା କେବଳ ୟୁରୋପୀୟ କମିଶନଙ୍କ ପ୍ରଥମ ଭାରତ ଗସ୍ତ ନୁହେଁ, ବରଂ ପ୍ରଥମଥର ପାଇଁ କୌଣସି…

Read More