Author: Ayesha Debnath

Uttam mohanty: ନାୟକ ଭୂମିକାରେ ଅସଂଖ୍ୟ ଦର୍ଶକଙ୍କ ହୃଦୟ ଜୟ କରିଛନ୍ତି ଉତ୍ତମ ମହାନ୍ତି । ଏହି ଶେଷ ସମୟରେ ଶେଷଥର ତାଙ୍କୁ ଦେଖିବା ପାଇଁ ଲାଗିଛି ତାଙ୍କ ପ୍ରଶଂସକଙ୍କ ତଥା ଅନେକ କଳାକାରଙ୍କ ଭିଡ଼। ଜଗନ୍ନାଥ ବିହାର ବାସଭବନରେ ଉତ୍ତମଙ୍କ ପାର୍ଥିବ ଶରୀର । ଅପରାହ୍ନରେ ସତ୍ୟନଗର ସ୍ମଶାନରେ ହେବ ତାଙ୍କର ଶେଷକୃତ୍ୟ । ଏହାସହ ଅଭିନେତା ଉତ୍ତମ ମହାନ୍ତିଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ। ଅନ୍ତିମ ଦର୍ଶନ ପରେ ଜଗନ୍ନାଥ ବିହାର ବାସ ଭବନରୁ ତାଙ୍କ ମୃତ ଶରୀର ଶେଭାଯାତ୍ରାରେ ବାହାରିଥିଲା । ଶେଷରେ ସମସ୍ତେ ବିଦାୟ ଦେଇଛନ୍ତି ଓଲିଉଡର ଅପ୍ରତିଦ୍ବନ୍ଦ୍ବୀ ମହାନାୟକ ଉତ୍ତମ ମହାନ୍ତିଙ୍କୁ । ତାଙ୍କୁ ସତ୍ୟ ନଗର ମଶାଣି ଅଭିମୁଖେ ନିଆଯାଉଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ । ତେବେ ଏହି ଶୋଭା ଯାତ୍ରାରେ ଉତ୍ତମଙ୍କ…

Read More