Author: Ayesha Debnath

Weather Update: ମାର୍ଚ୍ଚରୁ ଗରମରେ କଲବଲ କରିବେ ରାଜ୍ୟବାସୀ । ଦିନ ଓ ରାତିରେ ତାପମାତ୍ରା ସ୍ୱାଭାବିକଠୁ ଅଧିକ ରହିବ । ସମସ୍ତ ରେକର୍ଡ ଭାଙ୍ଗିବ ତାତି। ଏଥର ମାର୍ଚ୍ଚରୁ ଆରମ୍ଭ ହୋଇଯିବ ଗ୍ରୀଷ୍ମ ଲହରୀ । ଯାହାର ସୂଚନା ଜାରି କରିଛି ପାଣିପାଗ ବିଭାଗ । ମାସ ତମାମ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବା ସହ ପ୍ରବଳ ଗରମରେ କଲବଲ କରିବେ ରାଜ୍ୟବାସୀ । ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସୂଚନା ଅନୁଯାୟୀ, ଉଭୟ ଦିନ ଓ ରାତିରେ ତାପମାତ୍ରା ସ୍ୱାଭାବିକଠୁ ଅଧିକ ରହିବ । ଏବେ ପଶ୍ଚିମ ଓଡ଼ିଶାର ତାପମାତ୍ରା ୩୫ ଡିଗ୍ରୀ ପାର୍ କରିଛି । କେବଳ ଦିନ ନୁହେଁ ରାତିରେ ମଧ୍ୟ ଗରମରୁ ମିଳିବନି ତ୍ରାହି। ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ପାଣିପାଗ ଏ ବର୍ଷ ପୁଣି ଉତ୍ତପ୍ତ ରହିବ । ରାଜ୍ୟ ସାରା ସ୍ୱାଭାବିକଠାରୁ ତାପମାତ୍ରା ଅଧିକ…

Read More