Author: Ayesha Debnath

Dahibara: ଆଜି ବିଶ୍ୱ ଦହିବରା ଓ ଆଳୁଦମ ଦିବସ । ମାର୍ଚ୍ଚ ୧ ତାରିଖକୁ ଦହିବରା ଆଳୁଦମ୍‌ ଦିବସ ଭାବେ ପାଳନ କରାଯାଏ। ଦହିବରା.. ଏହା କେବଳ ଏକ ନାମ ନୁହେଁ, ସମସ୍ତ ଦହିବରା ପ୍ରେମୀଙ୍କ ପାଇଁ ଏହା ଏକ ଇମୋସନ । ଏହାର ନାଁ ଶୁଣିଲେ ହିଁ ପ୍ରତ୍ୟେକ ଦହିବରା ପ୍ରେମୀଙ୍କ ମୁହଁରେ ପାଣି ଆସିଯାଇଥାଏ । ସକାଳ ହେଉ କି ସନ୍ଧ୍ୟା ସବୁ ସମୟରେ ଲୋକେ ଦହିବରା ଖାଇବା ପାଇଁ ପସନ୍ଦ କରିଥାନ୍ତି । ଶାଳପତ୍ରରେ ୫ଟି ଦହିବରା ସାଙ୍ଗକୁ ଆଳୁଦମ୍‌ ଓ ଘୁଗୁନି । ଉପରେ ସେଉ, କଟା ପିଆଜ ଓ କିଛି ଧନିଆପତ୍ର। ବାସ … ଆଉ କ’ଣ ଦରକାର । ପେଟ ଫୁଲ ସହ ମନ ବି ଫୁଲ । ଦହିବରା ଖାଇବା ପରେ ରାଗ ଖଟା ଦହିପାଣି ପିଇବାର ମଜା ହିଁ ଅଲଗା । ଦହିବରା ଆଳୁଦମ୍‌ ସାଧାରଣତଃ ଓଡ଼ିଶାର ପ୍ରତ୍ୟେକ ସ୍ଥାନରେ…

Read More