Author: Ayesha Debnath

China: ଚୀନ୍ ରେ ଆରମ୍ଭ ହୋଇଥିବା ଟୁ ସେସନ୍ସ ବୈଠକ ଉପରେ ସାରା ବିଶ୍ବର ନଜର । ମଙ୍ଗଳବାର ଦିନ ଆରମ୍ଭ ହୋଇଥିବା ଚୀନର ଦୁଇ ଅଧିବେଶନ ବିଶିଷ୍ଟ ବୈଠକ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିରେ ୫ ହଜାରରୁ ଅଧିକ ପ୍ରତିନିଧି ଏକାଠି ହୋଇଛନ୍ତି। ଆମେରିକାର ନୂତନ ଶୁଳ୍କଯୁଦ୍ଧର ଉତ୍ତର ଦେବା ପାଇଁ ବୈଠକରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇପାରେ ବୋଲି ଆଲୋଚନା ହେଉଛି। ଚୀନର ଅର୍ଥନୀତି ମନ୍ଥର ହେବାରେ ଲାଗିଛି। ତେଣୁ ଅର୍ଥନୀତି ବୈଠକ କାର୍ଯ୍ୟସୂଚୀର ଶୀର୍ଷରେ ଅଛି। ଏହା ଚୀନର କମ୍ୟୁନିଷ୍ଟ ପାର୍ଟି ପାଇଁ ସବୁଠାରୁ ବଡ଼ ପ୍ରସଙ୍ଗ, ଯାହା ପାଇଁ ଚୀନର ବଡ଼ ନେତାମାନେ ଏକାଠି ହୋଇଛନ୍ତି। ଚୀନର ରାଜଧାନୀ ବେଜିଂରେ ଚାଲିଥିବା ଦୁଇ ଅଧିବେଶନ ବୈଠକରେ ବିଶେଷକରି ଅର୍ଥନୀତି ଏବଂ ସେନା ସମ୍ପର୍କରେ ଅନେକ ନିଷ୍ପତ୍ତି ନିଆଯାଉଛି। ଏହି ବୈଠକକୁ କାହିଁକି ଦୁଇ ଅଧିବେଶନ ବିଶିଷ୍ଟ ବୈଠକ କୁହାଯାଏ, ଏଥର କ’ଣ ପ୍ରସଙ୍ଗ ଅଛି ଏବଂ…

Read More