Author: Ayesha Debnath

Dates: ଖଜୁରୀ ଏକ ଲୋକପ୍ରିୟ ପ୍ରାକୃତିକ ମିଠା, ସାଧାରଣତଃ ଉପବାସ, ପର୍ବପର୍ବାଣୀ ଅବସରରେ ଏବଂ ଦୈନିକ ଶକ୍ତି ବୃଦ୍ଧିକାରୀ ଭାବରେ ବ୍ୟବହାର କରାଯାଏ । ପ୍ରାକୃତିକ ଭାବେ ଚିନିର ମାତ୍ରା ଅଧିକ ଥିବା ବେଳେ ଏଥିରେ ଫାଇବର, ଆଣ୍ଟିଅକ୍ସିଡାଣ୍ଟ ଏବଂ ଅତ୍ୟାବଶ୍ୟକ ଖଣିଜ ପଦାର୍ଥ ଭରପୂର ମାତ୍ରାରେ ରହିଥାଏ, ଯାହା କି ରିଫାଇଣ୍ଡ ଚିନିର ଏକ ଉତ୍ତମ ବିକଳ୍ପ ହୋଇଥାଏ । ପ୍ରଶ୍ନ ଉଠୁଛି ସେମାନେ ରକ୍ତ ଶର୍କରା ପାଇଁ ଯଥେଷ୍ଟ ସୁରକ୍ଷିତ କି? ଖଜୁରୀ ରକ୍ତଶର୍କରାକୁ ନିୟନ୍ତ୍ରଣ କରିପାରିବ କି? ଏହାର ମଧୁରତା ସତ୍ତ୍ୱେ, ଖଜୁରରେ କମରୁ ମଧ୍ୟମ ଗ୍ଲାଇସେମିକ୍ ଇଣ୍ଡେକ୍ସ (ଜିଆଇ) ଥାଏ । ଅର୍ଥାତ୍ ସାମାନ୍ୟ ଖାଇଲେ ରକ୍ତରେ ଶର୍କରା ହଠାତ୍ ବୃଦ୍ଧି ହୁଏ ନାହିଁ । ଏଥିରେ ଫାଇବର ମଧ୍ୟ ଥାଏ, ଯାହା ହଜମ କ୍ରିୟା ଏବଂ ଗ୍ଲୁକୋଜ ଅବଶୋଷଣକୁ ମନ୍ଥର କରିଥାଏ । ପଲିଫେନୋଲ ପ୍ରଦାହକୁ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ଇନସୁଲିନ…

Read More