Author: Ayesha Debnath

April 1 : ଆଜି ଏକ ଏପ୍ରିଲ୍, ଅର୍ଥାତ୍ ‘ଫୁଲ୍’ ବା ମୂର୍ଖ ବନେଇବାର ଦିନ। ଏହି ଦିନରେ ଲୋକମାନେ ଖୁବ୍ ପ୍ରାଙ୍କ୍ କରନ୍ତି। ପରସ୍ପରକୁ ମୁର୍ଖ ବନାଇବା ପାଇଁ ଏହି ଦିନ ଏକରକମ ପ୍ରତିଯୋଗିତା ଚାଲିଥାଏ ।ପିଲାଦିନରୁ ବଡ଼ ହେବା ପର୍ଯ୍ୟନ୍ତ ଆମେ ସମସ୍ତେ ଅନେକ ଥର ଅନେକ ଲୋକଙ୍କୁ ଏପ୍ରିଲ୍ ଫୁଲ୍ ବନେଇଥିବା। ଆପଣ ଏହାର ଆରମ୍ଭ ବିଷୟରେ ଜାଣିଛନ୍ତି କି? ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା କେବେଠାରୁ ଓ କେମିତି ଆରମ୍ଭ ହେଲା ଏହି ମୁର୍ଖ ଦିବସ? ସଠିକ୍ ଭାବେ ଏହାର ଆରମ୍ଭ ବିଷୟରେ ବେଶୀ କିଛି ଦାବି କରାଯାଇ ପାରିବ ନାହିଁ। କିନ୍ତୁ କିଛି ଐତିହାସିକଙ୍କ ମତ ଅନୁସାରେ, ୧୫୮୨ ମସିହାରୁ ଏପ୍ରିଲ୍ ଫୁଲ୍ ମନାଇବା ଆରମ୍ଭ ହୋଇଥିଲା। ଯେତେବେଳେ ଫ୍ରାନ୍ସ ଜୁଲିଆନ୍ କ୍ୟାଲେଣ୍ଡର ଛାଡ଼ି ଗ୍ରେଗୋରିଆନ୍ କ୍ୟାଲେଣ୍ଡରର ବ୍ୟବହାର ଆରମ୍ଭ କରିଥିଲା। ଏହି ନିଷ୍ପତ୍ତି କାଉନସିଲ୍ ଅଫ୍ ଟ୍ରେଣ୍ଟ ନେଇଥିଲେ। ତା’ପରେ ଆର…

Read More