Author: Ayesha Debnath

Maoists : ମାଓବାଦୀ କାର୍ଯ୍ୟକଳାପର ଭୌଗୋଳିକ ସ୍ଥିତି କ୍ରମେ ସଂକୁଚିତ ହୋଇ ଛତିଶଗଡ଼ ଓ ତତ୍‌‌ସଂଲଗ୍ନ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ସୀମିତ ରହିଛି। ସେମାନଙ୍କ ଏହି ସୀମିତ ଅବସ୍ଥାନ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀକୁ ସୁହାଇଛି, ଯୋଜନାବଦ୍ଧଭାବେ ମୁକାବିଲା କରିବା ପାଇଁ। ଏମାନଙ୍କୁ ନିପାତ କରିବାରେ ଏବେ ଯେଉଁ ସଫଳତା ମିଳିଛି, ତାହାର ମୁଖ୍ୟକାରଣ ହେଲା ସେମାନଙ୍କ ଗତିବିଧି ସୁରକ୍ଷା କର୍ମୀଙ୍କ ଯାଞ୍ଚ ପରିସରକୁ ଅତିସହଜରେ ଆସିଯାଉଛି। ତେଣୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମାଓବାଦୀଙ୍କୁ ୨୦୨୬ ମାର୍ଚ୍ଚ ୩୧ ମଧ୍ୟରେ ସମ୍ପୂର୍ଣ୍ଣରୂପେ ନିଶ୍ଚିହ୍ନ କରି ଦିଆଯିବାର ଯେଉଁ ଘୋଷଣା କରିଛନ୍ତି, ତାହା ଯେ ହାସଲ ହୋଇପାରିବନି ଏକଥା ନୁହେଁ। ନିକଟରେ ପୁଲିସ ଓ ସୁରକ୍ଷା ବାହିନୀର ମିଳିତ ଅଭିଯାନ ବିରାଟ ସଫଳତା ହାସଲ କରିଛି। ଛତିଶଗଡ଼଼ର ବିଜାପୁର ଓ କନ୍‌‌କରରେ ଦୁଇ ଭିନ୍ନ ଭିନ୍ନ କାର୍ଯ୍ୟାନୁଷ୍ଠାନରେ ୩୦ ମାଓବାଦୀ ନିହତ ହୋଇଥିବାବେଳେ ସଦ୍ୟତମ ଘଟଣାକ୍ରମେ ମଙ୍ଗଳବାର ଦାନ୍ତେୱାଡ଼ାରେ ଆଉ ୫ଜଣ ମାଓବାଦୀ…

Read More