Author: Ayesha Debnath

Waqf Board: ନରେନ୍ଦ୍ର ମୋଦୀ ସରକାର ଓ୍ଵାକଫ୍ ବୋର୍ଡର ଅଧିକାରକୁ କମ୍ କରିବା ପାଇଁ ସଂସଦରେ ନୂଆ ବିଲ୍ ଆଣିଛନ୍ତି। ଏହି ନୂଆ ବିଧେୟକ ସଂସଦ ଦ୍ୱାରା ଗୃହିତ ହେଲେ କୌଣସି ଜମିକୁ ନିଜର ସମ୍ପତ୍ତି ଅର୍ଥାତ୍ ଓ୍ଵାକଫ୍ ସମ୍ପତ୍ତି ବୋଲି ଦାବି କରିବାର ୱାକଫ କ୍ଷମତା ଉପରେ ରୋକ୍ ଲଗାଯିବ। ସୂତ୍ର ଅନୁସାରେ, ଶୁକ୍ରବାର କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ଓ୍ଵାକଫ୍ ଆଇନ ସହ ଜଡ଼ିତ ୪୦ଟି ସଂଶୋଧନ ଉପରେ ଆଲୋଚନା ପରେ ଏହାକୁ ଅନୁମୋଦନ ଦିଆଯାଇଛି। ପ୍ରସ୍ତାବିତ ବିଲ୍‌ରେ ବର୍ତ୍ତମାନର ଆଇନ ସହ ଜଡ଼ିତ ଅନେକ ଧାରା ହଟାଇ ଦିଆଯାଇପାରେ। ଆସନ୍ତୁ ବୁଝିବା ଓ୍ଵାକଫ୍ ବୋର୍ଡ କ’ଣ, ଏହାକୁ କେଉଁ କେଉଁ କ୍ଷମତା ମିଳିଛି। ଓ୍ଵାକଫ୍ ବୋର୍ଡ କ’ଣ? ଓ୍ଵାକଫ୍ ଅର୍ଥ ହେଉଛି ‘ଆଲ୍ଲାହଙ୍କ ନାମରେ’, ଅର୍ଥାତ୍ ଏପରି ଜମି ଯାହା କୌଣସି ବ୍ୟକ୍ତି କିମ୍ବା ସଂସ୍ଥାର ନାମରେ ନାହିଁ। ଓ୍ଵାକଫ୍ ବୋର୍ଡର ଜଣେ ସର୍ଭେୟାର ଥାଏ। ସେହି ସର୍ଭେୟାର…

Read More