Author: Ayesha Debnath

Supreme Court : ତାମିଲନାଡୁ ରାଜ୍ୟପାଳ ଆରଏନ୍ ରବି୧୦ଟି ବିଲ୍ ପାଇଁ ଅନୁମୋଦନ ନ ଦେବା ବେଆଇନ ଓ ଭୁଲ୍ ବୋଲି ଦର୍ଶାଇ ସୁପ୍ରିମ୍ କୋର୍ଟ ମଙ୍ଗଳବାର କହିଛନ୍ତି ଯେ ବିଧାନସଭା ଦ୍ୱାରା ପଠାଯାଇଥିବା ବିଲ୍ ଉପରେ ବସିବା ପାଇଁ ରାଜ୍ୟପାଳଙ୍କର ସମ୍ପୂର୍ଣ୍ଣ କ୍ଷମତା ନାହିଁ। ଜଷ୍ଟିସ୍ ଜେ.ବି.ପାର୍ଦିୱାଲା ଓ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠର ଏହି ଐତିହାସିକ ରାୟ ରାଜ୍ୟପାଳଙ୍କ ଅଧିକାରର ପରିସରକୁ ନୂଆ ରୂପ ଦେଇଛି, ବିଶେଷ କରି ଯେଉଁ ପରିସ୍ଥିତିରେ କେନ୍ଦ୍ର-ରାଜ୍ୟ ସମ୍ପର୍କ ରାଜନୈତିକ ଭାବେ ଉତ୍ତେଜନାପୂର୍ଣ୍ଣ। ତାମିଲନାଡୁ ବ୍ୟତୀତ କେରଳ, ତେଲେଙ୍ଗାନା ଓ ପଞ୍ଜାବ ରାଜ୍ୟ ମଧ୍ୟ ରାଜଭବନ ଦ୍ୱାରା କ୍ଷମତାର ଅଗଣତାନ୍ତ୍ରିକ ବ୍ୟବହାର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯାହା ଶାସନ ଏବଂ ଆଇନଗତ ପ୍ରକ୍ରିୟାକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ସୁପ୍ରିମ୍ କୋର୍ଟଙ୍କ ରାୟ କିପରି ବିଲ୍ ରୋକିବାରେ ସମୟସୀମା ନିର୍ଦ୍ଧାରଣ କରି କ୍ଷମତାକୁ ସ୍ପଷ୍ଟ ସୀମା ଧାର୍ଯ୍ୟ କରିଛି…

Read More