Author: Ayesha Debnath

Lucknow: ଲକ୍ଷ୍ନୌରେ ଜଣେ ଘରମାଲିକ ଓ ଭଡାଟିଆ ମଧ୍ୟରେ ବିବାଦକୁ ନେଇ ହାଇକୋର୍ଟର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆସିଛି। ଏହି ମାମଲାରେ ଭଡାଟିଆ ପ୍ରାୟ ୪୦ ବର୍ଷ ଧରି ଘର ଉପରେ ଅଧିକାର କରି ରହିଥିଲା। ଘରମାଲିକ ବାରମ୍ବାର କହିବା ସତ୍ତ୍ୱେ ସେ ଘର ଖାଲି କରୁନଥିଲା। ଘରମାଲିକ ଓ ଭଡାଟିଆ ମଧ୍ୟରେ ଏହି ଲଢେଇ ପ୍ରାୟ ୪୦ ବର୍ଷ ଧରି ଚାଲିଥିଲା। ତା’ପରେ ଇଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛି ଏବଂ ଭଡାଟିଆ ଉପରେ ୧୫ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଏହି ମାମଲା ୧୯୭୯ ମସିହାର। ସେହି ସମୟରୁ ଭଡାଟିଆ ଭଡା ଦେଉନଥିଲା। ତା’ପରେ ୧୯୮୧ ମସିହାରେ ଘରମାଲିକ ତାକୁ ଘର ଖାଲି କରିବାକୁ କହିଥିଲେ। ସେ ଘର ମଧ୍ୟ ଖାଲି କରିନଥିଲା। ଘରମାଲିକଙ୍କ ନାମ କସ୍ତୁରୀ ଦେବୀ, ଆଉ ତାଙ୍କ ଘରେ ବୋହରା ବ୍ରଦର୍ସ ଭଡାଟିଆ ଥିଲେ। କସ୍ତୁରୀ ଦେବୀ…

Read More