Author: Ayesha Debnath

Biju Patnaik: ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ଭାରତବର୍ଷ ମୁକ୍ତି ଆନେ୍ଦାଳନର ଅନନ୍ୟ ଜନନାୟକ ବିଜୁ ପଟ୍ଟନାୟକ ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ । ସେ କୌଣସି ଦଳ ବା ଗୋଷ୍ଠୀର ନେତା ନୁହନ୍ତି, ସେ ଓଡ଼ିଶାର ସର୍ବମାନ୍ୟ ନେତା ଓ ସ୍ୱାଧୀନତା ଆନେ୍ଦାଳନରେ ଯୋଗ ଦେଇଥିବା ଓଡ଼ିଆ ଜାତୀର ମହାନ ଜନନାୟକ । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା କେବଳ ଏକ ଜଘନ୍ୟ ଅପରାଧ ନୁହେଁ ଓଡ଼ିଶାର ସ୍ୱାଭିମାନୀ ଓ ଅସ୍ମିତାକୁ ଭୁଲୁଣ୍ଠିତ କଲା ଭଳି ଦୁର୍ଭାଗ୍ୟଜନକ ଘଟଣା । ଏହି ସରକାରରେ ଏକାଧିକ ଥର ବିଜୁ ବାବୁଙ୍କ ଅମ୍ଳାନ ସ୍ମୁତି ପ୍ରତି ଅପମାନ ଦେଲାଭଳି ଘଟଣା ଘଟି ଚାଲିଛି । ରାଜ୍ୟ ସରକାରଙ୍କ ନିରବତା ରହସ୍ୟମୟ । ଦିବଙ୍ଗତ ବିଜୁ ବାବୁଙ୍କ ପ୍ରତି ହେଉଥିବା ଏ ଅପମାନ ରାଜ୍ୟବାସୀଙ୍କୁ ଗଭୀର ବ୍ୟଥିତ କରିଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ାଜଳା…

Read More