Author: Ayesha Debnath

SHG: ଓଡ଼ିଶାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି) ପାଇଁ ବିନା ସୁଧରେ ଋଣ ଯୋଜନା ଜାରି ରଖିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନୁମୋଦନ କରିଛନ୍ତି। ଏହି ଯୋଜନାଦ୍ୱାରା ସେମାନେ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ କରିପାରିବେ। ଏସ୍ଏଚଜି ଋଣ ଉପରେ ସୁଧ ଛାଡ଼ ସୁବିଧା ପୂର୍ବରୁ ୩୧ମାର୍ଚ୍ଚ, ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ନୂତନ ଅନୁମୋଦନ ପରେ ୨୦୨୫-୨୬ ଆର୍ଥିକ ବର୍ଷ ଏବଂ ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ଏହା ଜାରି ରହିବ ବୋଲି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି। ଏହି ଯୋଜନା ମହିଳା ଉଦ୍ୟୋଗୀଙ୍କୁ ସହାୟତା କରିବ ଏବଂ ଓଡ଼ିଶାରେ ଅଧିକ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାରେ ସହାୟକ ହେବ ବୋଲି ମାଝୀ କହିଛନ୍ତି। ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ମାଧ୍ୟମରେ ରାଜ୍ୟର ଗ୍ରାମୀଣ ଓ ସହରାଞ୍ଚଳ ଅର୍ଥନୀତିକୁ ସୁଦୃଢ଼ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି।…

Read More