Author: Ayesha Debnath

ଯେତେବେଳେ ଆମେ କୌଣସି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟରେ ସଂଲଗ୍ନ ହୋଇଥାଉ , ସେହି କାର୍ଯ୍ୟ ନିମିତ୍ତ ଆମେ କିଛି ସମୟ ବାହାର କରିଥାଉ । ସେହି ପ୍ରକାର ପ୍ରତ୍ୟେକ ଭକ୍ତ ଦିନରେ କିଛି ନିର୍ଦ୍ଧାରିତ ସମୟ କେବଳ ଜପ ନିମିତ୍ତ କରିବା ଉଚିତ ଏବଂ ସେହି ସମୟରେ ପ୍ରତ୍ୟେକ କାର୍ଯ୍ୟକୁ ତ୍ୟାଗ କରି କେବଳ ଜପ କରିବା ପାଇଁ ପ୍ରୟାସ କରିବା ଉଚିତ । ଜପ କରିବା ସମୟରେ ଅନ୍ୟ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ । ଉଦାହରଣସ୍ୱରୂପ ୧୬ମାଳା ଜପ କରୁଥିବା ସମୟରେ କେହି ସମାଚାର ପତ୍ର ପଢ଼ିବା ଉଚିତ ନୁହେଁ । କିଛି କଥାବାର୍ତ୍ତା ମଧ୍ୟ ହେବା ଉଚିତ ନୁହେଁ। ଏପରିକି ସେହି ସମୟରେ କୀର୍ତ୍ତନ ମଧ୍ୟ ଶୁଣିବା ଉଚିତ ନୁହେଁ। ଜପ ଏପରି ଏକ କାର୍ଯ୍ୟ ଯାହା ଉପରେ ଅଖଣ୍ଡିତ ଏକାଗ୍ରଚିତ୍ତ ଧ୍ୟାନ କେନ୍ଦ୍ରିତ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ । -ପବିତ୍ର ନାମ ଜପ ସମୟରେ…

Read More