Author: Ayesha Debnath

ସମସ୍ତ ବୃକ୍ଷଲତା ମଧ୍ୟରେ ତୁଳସୀ ଗଛ ଅନ୍ୟତମ। ଶାସ୍ତ୍ର ଅନୁଯାୟୀ, ତୁଳସୀ ଗଛରେ ଦେବାଦେବୀ ବାସ କରିଥାଆନ୍ତି। ଏହାର ଦୈବିକ ଗୁଣ ସହ ଔଷଧୀୟ ଗୁଣ ମଧ୍ୟ ରହିଛି । ସେଥିପାଇଁ ତ କୁହାଯାଏ, ବିଷ୍ଣୁପ୍ରିୟା ସେ । ଘରେ ଘରେ ପୂଜିତା। ପବିତ୍ର ଏହାର ପତ୍ରରୁ ମୃତ୍ତିକା ପର୍ଯ୍ୟନ୍ତ । ମୂଳରେ ଏହାର ସବୁ ତୀର୍ଥ । ପୁଣି ପତ୍ରରେ ଦେବତା କରନ୍ତି ବାସ । ପୁରାଣରୁ ଆୟୁର୍ବେଦ, ମଣିଷର ଜନ୍ମରୁ ମୃତ୍ୟୁ ଯାଏଁ ସବୁଠି ଲୋଡ଼ା ତୁଳସୀ । ସମସ୍ତେ ତାଙ୍କ ଘର ଅଗଣାରେ ତୁଳସୀ ବୃକ୍ଷ ଲଗେଇଥାନ୍ତି । ଶାସ୍ତ୍ର ଅନୁଯାୟୀ, ପ୍ରାତଃ କାଳରେ ତୁଳସୀ ବୃକ୍ଷଠାରେ ଜଳ ଅର୍ପଣ କରି ପରିକ୍ରମା କଲେ, ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ। ସନ୍ଧ୍ୟା ସମୟରେ ଘିଅର ଦୀପ ଲଗାଇ ପୂଜା କଲେ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ । ତୁଳସୀ ପତ୍ରକୁ ସର୍ବଦା ସକାଳ ସମୟରେ ତୋଳିବା ଉଚିତ। ସନ୍ଧ୍ୟା ସମୟରେ…

Read More