Author: Ayesha Debnath

ସମ୍ନାକୁ ଆସିଲା ବାଗୀ-୪ ର ଫାର୍ଷ୍ଟ ଲୁକ୍ । ଯାହାକୁ ଦେଖିବା ପରେ ତାଙ୍କ ଫ୍ୟାନ୍ସମାନେ ବେଶ ଉତ୍ସାହିତ ଅଛନ୍ତି । ଆଜି ସକାଳେ ଟାଇଗର ତାଙ୍କ ଇନଷ୍ଟାଗ୍ରାମରେ ବାଗୀ-୪ ର ଫାର୍ଷ୍ଟ ଲୁକ୍‍କୁ ସେୟାର କରିଛନ୍ତି । ଗୋଟିଏ ହାତରେ ମଦ ବୋତଲ ଏବଂ ଆଉ ଗୋଟିଏ ହାତରେ ଖଣ୍ଡା ଟାଇଗରଙ୍କ ଏହି ଲୁକ୍ ଦେଖିବା ପରେ ଦର୍ଶକଙ୍କ ଦେହରେ ସିଂହରଣ ଖେଳିଯାଉଛି । ବାଗୀ-୪ ଆକ୍ସନ୍ ଥ୍ରୀଲର ଫ୍ରାଞ୍ଚାଇଜର ପୂର୍ବ ତିନିଟି ଫିଲ୍ମଠାରୁ ଭିନ୍ନ ହେବାକୁ ଯାଉଛି । ଏହି ପୋଷ୍ଟର ମାଧ୍ୟମରେ ଟାଇଗର ଶ୍ରଫ ତାଙ୍କ ଫ୍ୟାନ୍ସମାନଙ୍କୁ ଏହା ସୂଚିତ କରିଛନ୍ତି । ବାଗୀ-୪ର ଏହି ପୋଷ୍ଟର ଦେଖିବା ପରେ ପ୍ରଶଂସକଙ୍କ ଉତ୍ସାହ ବଢ଼ିବା ସହ ସେମାନେ ଏହାର ରିଲିଜ୍ ପାଇଁ ଅପେକ୍ଷା କରିଛନ୍ତି । ବିଗତ କିଛିବର୍ଷ ଧରି ଟାଇଗର ଶ୍ରଫ୍‍ ଫ୍ଲପ୍ ଫ୍ଲିମରେ ନଜର ଆସିଛନ୍ତି । ଯେଉଁଥିପାଇଁ ତାଙ୍କୁ ଫ୍ଲପ୍ ଅଭିନେତାମାନଙ୍କ ତାଲିକାରେ…

Read More