Author: Ayesha Debnath
Bhubaneswar: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅଧିଷ୍ଠିତ ନିକୁଞ୍ଜ ବିହାରୀ ଧଳକୁ ବଦଳି କରାଯାଇଛି। ସେ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପର ମନ୍ତ୍ରଣାଳୟରେ ଯୋଗ ଦେବେ। ଏ ନେଇ କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ କମିଟି ଅନୁମୋଦନ କରିଛନ୍ତି। ଏହାଙ୍କ ସହ ଆଉ ଦୁଇଜଣ ଆଇଏଏସ୍ ଅଧିକାରୀଙ୍କୁ ମଧ୍ୟ ବଦଳି କରାଯାଇଥିବା ଆଜି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ରାଜ୍ୟ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱ ତୁଲାଇଥିବା ନିକୁଞ୍ଜ ବିହାରୀ ଧଳଙ୍କୁ ନିର୍ବାଚନ ପରେ ନୂଆ ସରକାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିଯୁକ୍ତ କରିଥିଲେ। କିନ୍ତୁ କିଛିଦିନ ପରେ ତାଙ୍କୁ ନେଇ ଅନେକ ଅଭିଯୋଗ ଆସିଥିଲା। ଏପରିକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସୁଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଆଲୋଚନା ହୋଇଥିଲା। ଏହାପରେ ତାଙ୍କୁ କେନ୍ଦ୍ରୀୟ ଡେପ୍ୟୁଟେସନ୍ରେ ପଠାଯିବା ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ୧୮ ଜଣ…
