Author: Ayesha Debnath

ଭୃସଙ୍ଗ ପତ୍ର କେବଳ ଖାଦ୍ୟର ସ୍ୱାଦକୁ ବଢ଼ାଇନଥାଏ ବରଂ ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଭଲ ରଖିଥାଏ । ସାଧାରଣତଃ ଏହି ଗଛ ଆମ ସମସ୍ତଙ୍କ ଘରେ ଥାଏ । କେତେକ ତରକାରୀରେ ଭୃସଙ୍ଗ ପତ୍ର ନ ପଡ଼ିଲେ ସ୍ଵାଦହୀନ ଲାଗିଥାଏ । ଏହା ଆମ ଶରୀର ପାଇଁ ଲାଭଦାୟକ । ଏହା ଆମ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ । ଏହା ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ ଏବଂ ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ଲାଭଦାୟକ ଅଟେ । ଯଦି ଆପଣ ଏହାକୁ ପ୍ରତିଦିନ ସକାଳେ ଖାଲି ପେଟରେ ବ୍ୟବହାର କରନ୍ତି, ତେବେ ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ବହୁତ ସାହାଯ୍ୟ କରିଥାଏ । ଭୃସଙ୍ଗ ପତ୍ରରେ କାର୍ବୋହାଇଡ଼୍ରେଡ଼, ଫସଫରସ, ପ୍ରୋଟିନ, କ୍ୟାଲସିୟମ, ଭିଟାମିନ ଏ, ସି, କେ ଆଦି ଭରି ରହିଛି । ଏହାକୁ ନିୟମିତଭାବେ ଖାଦ୍ୟରେ ବ୍ୟବହାର କରିବାଦ୍ୱାରା ଅନେକ ପ୍ରକାର ସଂକ୍ରମଣ ରୋଗରୁ…

Read More