Author: Ayesha Debnath

Raj Kapoor: ରାଜ କପୁର… ଏହା କେବଳ ଏକ ସାଧାରଣ ନାମ ନୁହେଁ ବରଂ ଦୀର୍ଘଦିନ ଧରି କୋଟି କୋଟି ଲୋକଙ୍କର ମନରେ ରାଜ କରୁଥିବା ଏକ ଜାଦୁଗର । ଯାହାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ରାଜ କପୁର ୧୪ ଡିସେମ୍ବର ୧୯୨୪ରେ ପାକିସ୍ତାନର ପେଶାୱରରେ ଜନ୍ମଗ୍ରହଣ କରିଥିଲେ । ୧୯୩୦ରେ ତାଙ୍କ ପିତା ପ୍ରୀତିରାଜ କପୁର ଥିଏଟରରେ କାମ କରିବାକୁ ମୁମ୍ବାଇରେ ପହଞ୍ଚିଥିଲେ । ତାଙ୍କ ପିତା ପ୍ରୀତିରାଜ କପୁର ଜଣେ ସଫଳ ତଥା ପ୍ରସିଦ୍ଧ ଥିଏଟର କଳାକାର ତଥା ଭାରତୀୟ ସିନେମାର ବେଶ ଜଣାଶୁଣା ଅଭିନେତା ଥିଲେ । ଆଜି ମଧ୍ୟ ଭାରତୀୟ ସିନେମା ଇତିହାସରେ ରାଜ କପୁର ସବୁଠାରୁ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା, ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ମଧ୍ୟରେ ଗଣାଯାନ୍ତି । ସେ ହିନ୍ଦୀ ସିନେମାକୁ ଆୱାରା, ଶ୍ରୀ ୪୨୦, ମେରା ନାମ ଜୋକର୍ ଇତ୍ୟାଦି ଅନେକ ମହାନ ଚଳଚ୍ଚିତ୍ର ଭେଟି ଦେଇଛନ୍ତି ।…

Read More