Author: Ayesha Debnath

Keerthy Suresh Wedding: ଦୀର୍ଘ ଦିନର ସମ୍ପର୍କରେ ଲାଗିଲା ମୋହର । ବିବାହ କଲେ ସାଉଥ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ କିର୍ତ୍ତୀ ସୁରେଶ । ଦୀର୍ଘ ସମୟର ପ୍ରେମିକା ଆଣ୍ଟୋନି ଥାଟିଲଙ୍କ ବିବାହ କରି ସେ ତାଙ୍କ ଜୀବନର ଆଉ ଏକ ନୂତନ ଅଧ୍ୟାୟକୁ ଆରମ୍ଭ କରିଛନ୍ତି । କିର୍ତ୍ତୀ ତାଙ୍କ ବିବାହର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଯେଉଁଥିରେ ଅଭିନେତ୍ରୀ ବିବାହ ପୋଷାକରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଦୁହେଁ ପାରମ୍ପରିକ ଭାବରେ ନିଜ ପରିବାର ଏବଂ ବନ୍ଧୁମାନଙ୍କ ସହ ବିବାହ କରିଛନ୍ତି । ଉଭୟଙ୍କ ବିବାହ ଫଟୋ ସାମ୍ନାକୁ ଆସିବା ପରେ ସୋସିଆଲ ମିଡ଼ିଆରେ ଶୁଭେଚ୍ଛାର ସୁଅ ଛୁଟିଛି । ଏହାପୂର୍ବରୁ କିର୍ତ୍ତୀ ଏବଂ ଆଣ୍ଟୋନିଙ୍କ ନାମରେ ବିବାହ କାର୍ଡ଼ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏହା ଉପରେ କିର୍ତ୍ତୀଙ୍କ ପିତାମାତା ସୁରେଶ କୁମାର ଏବଂ ମନେକା ସୁରେଶ ଏକ ନୋଟ୍ ଲେଖିଥିଲେ, ‘ଆମେ ଆପଣଙ୍କୁ…

Read More