Author: Ayesha Debnath

Greeting Card: ନୂଆ ଆଶା, ଉଦ୍ଦୀପନା ନେଇ ପୁଣି ଆରମ୍ଭ ହେବ ନୂଆ ବର୍ଷ । ୨୦୨୫କୁ ସ୍ୱାଗତ କରିବା ପାଇଁ ବେଶ ଚଳଚଞ୍ଚଳ ଗାଁଠୁ ସହର। ନୂଆ ବର୍ଷ କହିଲେ ମନେ ପଡ଼ିଯାଏ ସେହି ପୁରୁଣା କଥା । ସ୍କୁଲ କଥା । ମନେ ପଡ଼ିଯାଏ ସେହି ବଜାରରେ ବିକ୍ରି ହେଉଥିବା ରଙ୍ଗବିରଙ୍ଗ, ସୁନ୍ଦର ଫୁଲ, ଠାକୁର, ପସନ୍ଦର ଅଭିନେତା ଓ ଅଭିନେତ୍ରୀ ସହ ଆହୁରି ଅନେକ ପ୍ରକାରର ଗ୍ରୀଟିଙ୍ଗସ କାର୍ଡ଼। ପ୍ରତିଦିନ ସ୍କୁଲ ଯିବାକୁ ଇଛା ହଉ ନଥିଲେ ମଧ୍ୟ ନୂଆ ବର୍ଷରେ ସ୍କୁଲ ଯିବାକୁ ବେଶ ଆଗ୍ରହର ସହ ସକାଳର ଅପେକ୍ଷା କରିଥାଉ। ସାଙ୍ଗମାନଙ୍କୁ ବଜାରରେ ବିକ୍ରି ହେଉଥିବା ଗ୍ରୀଟିଙ୍ଗସ କାର୍ଡ଼ ଦେଉଥିଲେ ମଧ୍ୟ ଯିଏ ଆମ ସବୁଠାରୁ ଭଲ ସାଙ୍ଗ ତା ପାଇଁ ନିଜ ହାତରେ ତିଆରି କରିଥିବା ସବୁଠାରୁ ସୁନ୍ଦର ଗ୍ରୀଟିଙ୍ଗସ କାର୍ଡ଼ ଦେଉ।କାରଣ ସେହି ସାଙ୍ଗଟା ଆମ ପାଇଁ ସେତେ ହିଁ ସ୍ପେସିଆଲ…

Read More