Author: Ayesha Debnath

Jagannath Temple: କାଲି ବିଦାୟ ନେବ ୨୦୨୪ । ବର୍ଷ ଶେଷରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼। ୨୦୨୫କୁ ସ୍ୱାଗତ କରିବା ପୂର୍ବରୁ ଶ୍ରୀଜିଉଙ୍କ ଆଶୀର୍ବାଦ ନେବାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ପ୍ରଶାସନର ଦୀର୍ଘ ପ୍ରସ୍ତୁତି ସତ୍ୱେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ମରିଚିକୋଟ୍ ଓ ମାର୍କେଟ ଛକରୁ ଲମ୍ବା ଲାଇନରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଜନସମୁଦ୍ର ବଡ଼ଦାଣ୍ଡ। ଅସମ୍ଭାଳ ଭିଡ଼। ଭକ୍ତଙ୍କ ଲମ୍ବା ଲାଇନ୍। ଘଣ୍ଟା ଘଣ୍ଟା ଅପେକ୍ଷା। ମନ୍ଦିର ଭିତରେ ଠେଲାପେଲା ସ୍ଥିତି। ଭିତରେ ଯେତିକି ପ୍ରବେଶ କରିଛନ୍ତି, ତାଠୁ ଢେର ଗୁଣା ଅଧିକ ଶ୍ରଦ୍ଧାଳୁ ବାହାରେ ଅପେକ୍ଷାରତ। ଭିଡ଼ ନିୟନ୍ତ୍ରଣ କରିବାରେ ନାକେଦମ୍ ହୋଇଛି ପୋଲିସ। ନୂଆବର୍ଷ ପୂର୍ବରୁ ଆଜି ଶ୍ରୀମନ୍ଦିରରୁ ଏମିତି ଚିତ୍ର ସାମନାକୁ ଆସିଛି। ବର୍ଷ ଶେଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ନାହିଁ ନଥିବା ଗହଳି ହୋଇଛି। ଆସନ୍ତାକାଲି କେବଳ ସିଂହଦ୍ବାର ଦେଇ ପ୍ରବେଶ…

Read More