Author: NAZMEEN PARWEEN

ମାର୍ଚ୍ଚ ୧୬— ତାରିଖଟି ଏବେ କେବଳ କ୍ୟାଲେଣ୍ଡରର ଗୋଟିଏ ଦିନ ନୁହେଁ; ଓଡ଼ିଶା ରାଜନୀତିରେ ଏହା ଏକ ନୂଆ ଅଧ୍ୟାୟର ଆରମ୍ଭ ସୂଚନା। ଭାରତୀୟ ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ୧୦ଟି ରାଜ୍ୟର ୩୭ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ସେଥିରେ ଓଡ଼ିଶାର ୪ଟି ଆସନ ମଧ୍ୟ ଅନ୍ତର୍ଭୁକ୍ତ। ଫେବୃଆରୀ ୨୬ରେ ବିଜ୍ଞପ୍ତି, ମାର୍ଚ୍ଚ ୫ରେ ନାମାଙ୍କନ ଶେଷ, ୬ରେ ଯାଞ୍ଚ, ୯ରେ ପ୍ରତ୍ୟାହାର ଏବଂ ୧୬ରେ ଭୋଟ୍‌ ଗ୍ରହଣ— ସମୟସୂଚୀ ସ୍ପଷ୍ଟ। କିନ୍ତୁ ଏହି ସ୍ପଷ୍ଟ ସମୟସୂଚୀ ପଛରେ ଦଳୀୟ ଅସ୍ପଷ୍ଟତା ଓ ଗୁପ୍ତ ଚାଳ ରାଜନୀତିକ ପରିବେଶର ତାପମାନ ବଢ଼ାଇଦେଇଛି। ଓଡ଼ିଶାର ପ୍ରମୁଖ ବିପକ୍ଷ ଶକ୍ତି ବିଜେଡି ପାଇଁ ଏହି ରାଜ୍ୟସଭା ନିର୍ବାଚନ କେବଳ ଚାରିଟି ଆସନର ଲଢ଼େଇ ନୁହେଁ; ଏହା ଦଳୀୟ ନେତୃତ୍ୱ, ପ୍ରଭାବକେନ୍ଦ୍ର ଓ ଭବିଷ୍ୟତ ଦିଗ ନିର୍ଣ୍ଣୟର ଯୁଦ୍ଧ। ଏହି ଯୁଦ୍ଧ ଏବେ ପ୍ରକାଶ୍ୟ ନୁହେଁ, କିନ୍ତୁ ଦଳର ଅନ୍ତର୍ଗତରେ ଏକ ଶୀତଳଯୁଦ୍ଧର…

Read More