Author: NAZMEEN PARWEEN

ଓଡ଼ିଶାର ପ୍ରଶାସନିକ ଇତିହାସରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ୧୯୩୬ ମସିହାରେ ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବା ପରଠାରୁ ଦୀର୍ଘ ୯୦ ବର୍ଷ ଧରି ଯେଉଁ ପଦବୀଟି କେବଳ ପୁରୁଷ ଅଧିକାରୀଙ୍କ ଦ୍ୱାରା ଅଳଙ୍କୃତ ହୋଇ ଆସୁଥିଲା, ସେହି ଶୀର୍ଷ ସିଂହାସନରେ ଆଜି ଜଣେ ଦକ୍ଷ ମହିଳା ପ୍ରଶାସିକା ଅଧିଷ୍ଠିତ। ବରିଷ୍ଠ ଆଇଏଏସ୍ ଅଧିକାରୀ ଅନୁ ଗର୍ଗ ରାଜ୍ୟର ମୁଖ୍ୟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା କେବଳ ମହିଳା ସଶକ୍ତିକରଣର ଏକ ପ୍ରତୀକ ନୁହେଁ, ବରଂ ଏହା ପ୍ରଶାସନିକ ସଂସ୍କାରର ଏକ ବଡ଼ ଆଶା। କିନ୍ତୁ ଏହି “ଐତିହାସିକ ମାଇଲଖୁଣ୍ଟ” ପଛରେ ରହିଛି କଠୋର ବାସ୍ତବତା ଏବଂ ଜଟିଳ ଆହ୍ୱାନ। ଶକ୍ତିର ସିଂହାସନରେ ପରିବର୍ତ୍ତନ ହୋଇଛି ସତ, କିନ୍ତୁ “ସିଷ୍ଟମ୍‌”ରେ ଥିବା ପୁରୁଣା ଦୁର୍ଗତି ଓ ପ୍ରଶ୍ନବାଚୀଗୁଡ଼ିକ ଏବେ ବି ସେମିତି ରହିଛି। କିନ୍ତୁ ପ୍ରଶ୍ନ ହେଉଛି ଇତିହାସ କ’ଣ ଫାଇଲ୍‌ରେ ଲେଖାଯାଏ, ନା ଲୋକଙ୍କ ଜୀବନରେ? ଓଡ଼ିଶାର…

Read More