Author: NAZMEEN PARWEEN

ଭାରତ ୨୦୨୬ ଆଡ଼କୁ ଯେତେବେଳେ ଆଗକୁ ବଢ଼ୁଛି, ସେତେବେଳେ ଦେଶ କେବଳ ଆଉ ଗୋଟିଏ ନିର୍ବାଚନୀ ବର୍ଷ ଦିଗକୁ ନୁହେଁ, ବରଂ ଗୋଟିଏ ଗଭୀର ରାଜନୈତିକ ପରୀକ୍ଷାର ଆଡ଼କୁ ବଢ଼ୁଛି। ଦେଶର ଜନସଂଖ୍ୟାର ୧୭% ମତଦାତା ନୂତନ ରାଜ୍ୟ ସରକାର ବାଛିବେ। ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ-ଏହି ଚାରିଟି ପ୍ରମୁଖ ରାଜ୍ୟ ଏବଂ କେନ୍ଦ୍ରଶାସିତ ପୁଡୁଚେରୀର ବିଧାନସଭା ନିର୍ବାଚନ କେବଳ ସ୍ଥାନୀୟ ସରକାର ଗଠନର ପ୍ରଶ୍ନ ନୁହେଁ; ଏହା ହେଉଛି- ଭାରତ କେଉଁ ବିଚାରଧାରାରେ ଆଗକୁ ଯିବ, କେଉଁ ପ୍ରକାର ଶାସନକୁ ସ୍ୱୀକାର କରିବ ଓ କେତେ ଦୂର ପର୍ଯ୍ୟନ୍ତ ଧ୍ରୁବୀକରଣକୁ ଅନୁମତି ଦେବ ତାହା ନିର୍ଣ୍ଣୟ ହେବ। ୨୦୨୬: କେବଳ ନିର୍ବାଚନ ନୁହେଁ, ଦିଗନିର୍ଦ୍ଧାରଣ ୨୦୨୬ର ନିର୍ବାଚନଗୁଡ଼ିକୁ ଯଦି ଅଲଗା ଅଲଗା ରାଜ୍ୟର ସାଧାରଣ ନିର୍ବାଚନ ଭାବେ ଦେଖାଯାଏ, ତେବେ ଏହା ଭୁଲ ହେବ। ଏହି ସମସ୍ତ ରାଜ୍ୟ ମିଶି ଭାରତର ରାଜନୈତିକ ମନୋଭାବର ଏକ ଆଗାମୀ ଚିତ୍ର ତିଆରି…

Read More