Author: NAZMEEN PARWEEN

ଆଜି ଯେଉଁ ବିଷୟ ଚର୍ଚ୍ଚା ହେଉଛି, ତାହା କେବଳ ରାଜନୀତିକ ଚର୍ଚ୍ଚା ନୁହେଁ—ଏହା ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ ଜୀବନ ଓ ଜୀବିକା ସହ ଜଡିତ ଏକ ଗଭୀର ପ୍ରଶ୍ନ। ପ୍ରଶ୍ନଟି ହେଉଛି—ସରକାରଙ୍କୁ ବୁଡ଼େଇଦେବେ କି ଯୋଗାଣ ମନ୍ତ୍ରୀ? ଗତ ଦୁଇ ଦିନ ଧରି ବିଧାନସଭାରେ ଅଚଳାବସ୍ଥା ଲାଗି ରହିଛି । ବିରୋଧୀ ଦଳ ଗୋଟିଏ ଦାବିରେ ଅଟଳ—ଚାଷୀଙ୍କ ସମସ୍ୟା ସମାଧାନ କର। ଗୃହ ଚାଲିବାକୁ ଦେଉନାହାନ୍ତି। ସରକାରୀ ଦଳର ବିଧାୟକମାନେ ବ୍ୟାଖ୍ୟା ଦେଉଛନ୍ତି, କିନ୍ତୁ ବିରୋଧୀମାନେ ଶୁଣିବାକୁ ରାଜି ନୁହନ୍ତି। ଏହି ଅଚଳାବସ୍ଥା କେବଳ ଗୋଟିଏ ଦିନର ଘଟଣା ନୁହେଁ; ଏହା ଚାଷୀଙ୍କ ଦୀର୍ଘଦିନର ଅସନ୍ତୋଷର ପରିଣାମ। ଆମେ ଆଜି ଯାହା କୁହାଯାଉଛି, ତାହା କୌଣସି ଅଭିଯୋଗ ନୁହେଁ—ଏହା ତଥ୍ୟ ଉପରେ ଆଧାରିତ। ବିଧାନସଭାରେ ଯୋଗାଣ ମନ୍ତ୍ରୀ ନିଜେ ରଖିଥିବା ତଥ୍ୟ ଏବେ ସରକାର ପାଇଁ ଅସୁବିଧାର କାରଣ ହୋଇଛି। ସମସ୍ୟା କଣ? ରାଜ୍ୟରେ ଚାଷୀଙ୍କୁ ଧାନ କିଣା ସମୟରେ…

Read More