Author: NAZMEEN PARWEEN

ଓଡ଼ିଶାର ରାଜନୀତି ଏବେ ଆଉଥରେ ଦିଲ୍ଲୀମୁଖୀ ହୋଇଛି। ଆସନ୍ତା ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟର ରାଜନୀତିକ ପରିବେଶ ସରଗରମ ହେବାରେ ଲାଗିଛି। ବିଜେପି ସହଜରେ ଦୁଇଟି ଆସନ ଜିତିପାରିବା ସ୍ଥିତିରେ ଥିବା ସତ୍ତ୍ୱେ, ତୃତୀୟ ଆସନକୁ ନେଇ ଯେ ଚର୍ଚ୍ଚା ଚାଲିଛି, ତାହା ରାଜ୍ୟ ରାଜନୀତିକୁ ନୂଆ ଦିଗ ଦେଉଛି। ବିଜେପି ବିଧାୟକ ଟଙ୍କଧରୂ ତ୍ରିପାଠୀଙ୍କ “ବିଜେପି ସରପ୍ରାଇଜ ଦେଇପାରେ” ଉକ୍ତି ରାଜନୀତିକ ମହଳରେ ଅପାର ଉତ୍ସୁକତା ସୃଷ୍ଟି କରିଛି। ଏହି ସରପ୍ରାଇଜ କ’ଣ? ଦଳର ବରିଷ୍ଠ ସଂଗଠନମୂଳକ ମୁହଁ? ନା ଦିଲ୍ଲୀରୁ କୌଣସି ଜାତୀୟ ଚରିତ୍ର? ନା କି ବିଜେଡି ସହ ଗୁପ୍ତ ରାଜନୀତିକ ସମନ୍ୱୟ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବା ପାଇଁ ଆମେ ଏହି ରାଜ୍ୟସଭା ଦୌଡ଼ର ସମଗ୍ର ଚିତ୍ରକୁ ଦେଖିବା ଦରକାର। ବିଧାନସଭାରେ ବିଜେପିର ସଂଖ୍ୟା ଏତେକି ଯେ ଦଳ ସହଜରେ ଦୁଇଜଣ ପ୍ରାର୍ଥୀଙ୍କୁ ରାଜ୍ୟସଭାକୁ ପଠାଇପାରିବ। ତୃତୀୟ ଆସନ ପାଇଁ ସଂଖ୍ୟା ଗଣିତ ଜଟିଳ ହେଉଛି।…

Read More