Author: NAZMEEN PARWEEN

ଓଡ଼ିଶାର ପ୍ରଶାସନିକ ବ୍ୟବସ୍ଥା ଆଜି ଯେଉଁ ଅବସ୍ଥାରେ ପହଞ୍ଚିଛି, ତାହାକୁ ବର୍ଣ୍ଣନା କରିବା ପାଇଁ “ସଙ୍କଟ” ଶବ୍ଦଟି ବୋଧହୁଏ ଯଥେଷ୍ଟ ନୁହେଁ। ଏହା ଏକ ଏମିତି ସଙ୍କଟ, ଯାହା ଧୀରେ ଧୀରେ ଲୋକତନ୍ତ୍ରର ମୂଳ ଧାରଣାକୁ ପରିବର୍ତ୍ତନ କରିଦେଉଛି। ଏହି ସଙ୍କଟର ନାମ—ଠିକା ନିଯୁକ୍ତିର ସାମ୍ରାଜ୍ୟ। ଆଜି ଓଡ଼ିଶାରେ ଯେଉଁଠି ଦୃଷ୍ଟି ପକାଲେ, ସେଠି ଗୋଟିଏ ଚିତ୍ର—ଠିକାରେ କାମ, ଠିକାରେ ଚାକିରି, ଠିକାରେ ସେବା। ଶିକ୍ଷକ ଠିକାରେ, ଅଧ୍ୟାପକ ଠିକାରେ, ଡାକ୍ତର ଠିକାରେ,କିରାଣୀ ଠିକାରେ, ପୋଲିସ ଠିକାରେ, ଏବେ ତ ଅବସରପ୍ରାପ୍ତ ଅଧିକାରୀମାନେ ବି ଠିକାରେ ପୁନଃନିଯୁକ୍ତ। କେବଳ ସେତିକି ନୁହେଁ ଏହା କେବଳ ବ୍ୟଙ୍ଗ ନୁହେଁ। ଏହା ଏକ ଗଭୀର ରାଜନୈତିକ ଓ ସାମାଜିକ ପ୍ରଶ୍ନ, ଯାହା ଓଡ଼ିଶାର ଲୋକତନ୍ତ୍ରର ଭବିଷ୍ୟତ ସହିତ ସିଧାସଳଖ ଜଡ଼ିତ। ସରକାରରେ ବରିଷ୍ଠ ସଚିବ ପଦରେ ବି ଠିକା ନିଯୁକ୍ତ ହୋଇଛି। ଏହି ପରିସ୍ଥିତିରେ ସାଧାରଣ ନାଗରିକଙ୍କ ମନରେ ଏକ ପ୍ରଶ୍ନ ଉଠିବା ସ୍ୱାଭାବିକ—ଯଦି…

Read More