Author: NAZMEEN PARWEEN

୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ବିଧାନସଭାରେ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବିଶାଳ ବଜେଟ୍ ଉପସ୍ଥାପନ କରିଛନ୍ତି। କିନ୍ତୁ ବଜେଟରେ ଥିବା ମାଗଣା ଯୋଜନାକୁ ନେଇ ରାଜନୀତିକ ଓ ଆର୍ଥିକ ମଞ୍ଚରେ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ବଜେଟ୍ ତାଲିକା ସଂଖ୍ୟାରେ ଭରିଯାଇଛି। ତାହାର ଆଧାରରେ ଥିବା ରାଜନୀତିକ ଦୃଷ୍ଟିକୋଣ ଓ ଆର୍ଥିକ ଦାୟିତ୍ୱର ପ୍ରଶ୍ନ ଏବେ ଆଗକୁ ଆସିଯାଉଛି। ବିଶେଷ କରି ରାଜନୈତିକ ଦଳ ଓ ରାଜ୍ୟ ସରକାରମାନଙ୍କର ମାଗଣା ବାଣ୍ଟିବା ପ୍ରବୃତ୍ତିକୁ ନେଇ ଗତ ଗୁରୁବାର ସୁପ୍ରିମକୋର୍ଟଙ୍କ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହି ଚିନ୍ତା ପ୍ରକଟ ପରେ ଏହି ବଜେଟ୍ ଆସିବା ଓ ଏଥିରେ ଥିବା ବ୍ୟାପକ ମାଗଣା ଯୋଜନା ଏବେ ଅନେକଙ୍କ ନଜରକୁ ଆକର୍ଷଣ କରିଛି। ଆଶା କରାଯାଉଥିଲା—ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ପରେ ରାଜ୍ୟ ସରକାର ହୋଇପାରେ ବଜେଟରେ କିଛି ସଂଯମ ଦେଖାଇବେ। କିନ୍ତୁ ତାହା…

Read More