Author: NAZMEEN PARWEEN

ଓଡ଼ିଶାର ରାଜନୀତି ଏବେ ଆଉଥରେ ଦିଲ୍ଲୀମୁହାଁ ହୋଇଛି। ଆସନ୍ତା ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟରେ ଚର୍ଚ୍ଚାର ତାପମାତ୍ରା ବଢ଼ୁଛି। ବିଧାନସଭାରେ ବର୍ତ୍ତମାନ ବିଧାୟକ ସଂଖ୍ୟାବଳକୁ ଦେଖିଲେ ଏକଥା ସ୍ପଷ୍ଟ- ଭାରତୀୟ ଜନତା ପାର୍ଟି (ବିଜେପି) ସହଜରେ ଦୁଇଜଣ ପ୍ରାର୍ଥୀଙ୍କୁ ରାଜ୍ୟସଭାକୁ ପଠାଇପାରିବ। କିନ୍ତୁ ରାଜନୀତିର ଅସଲ ରୋମାଞ୍ଚ ଲୁଚି ରହିଛି ତୃତୀୟ ସିଟରେ। ବିଧାନସଭାର ଗଣିତ: ତୃତୀୟ ସିଟର ଚାବି କାଠି ଓଡ଼ିଶା ବିଧାନସଭାରେ ବିଜେପିର ୮୨ ସଦସ୍ୟ ଅଛନ୍ତି। ଏହି ସଂଖ୍ୟା ଦ୍ୱାରା ଦୁଇଟି ସିଟ ମିଳିବା ପ୍ରାୟ ନିଶ୍ଚିତ। କିନ୍ତୁ ତୃତୀୟ ପ୍ରାର୍ଥୀ ପାଇଁ ଆବଶ୍ୟକ ଭୋଟ ସଂଖ୍ୟା ପୂରଣ କରିବାକୁ ହେଲେ ଅନ୍ୟ ଦଳର ସମର୍ଥନ ଦରକାର ପଡ଼ିପାରେ। ଏଠିରେ ଆସୁଛି ବିଜୁ ଜନତା ଦଳ (ବିଜେଡି)ର ଭୂମିକା। ଗତ କିଛି ବର୍ଷର ଦୃଶ୍ୟପଟକୁ ମନେ ପକାଇଲେ, ବିଜେଡି କେତେବେଳେ ବିଜେପି ପ୍ରାର୍ଥୀଙ୍କୁ ରାଜ୍ୟସଭା ପାଇଁ ସମର୍ଥନ କରିଛି। ସେହିପରି ପରିସ୍ଥିତି ଯଦି ପୁଣି ତିଆରି ହୁଏ,…

Read More